STORYMIRROR

SUBHRANSU SAHOO

Others

3  

SUBHRANSU SAHOO

Others

ରଫ୍ ଖାତା

ରଫ୍ ଖାତା

1 min
194

ଛକି ଶୂନ୍ୟର, ରାଜା ରାଣୀ ଖେଳର

କେତେ ହାର ଜିତ୍, କେତେ ଛୋଟ ଛୋଟ ଚିଠିର

କିଛି ମୃତ ଆଶାର ପୁନଃଉତ୍ଥାନର ମାଧ୍ୟମ ସେ,

କେତେ ସ୍ବପ୍ନ ପୁଣି ଜାଗିଉଠେ,

ହସ, ଲୁହ ଆଉ ପ୍ରେମର ବାହକ ସାଜେ

ତଥାପି କେବେ ଥକିଯାଏନି ସେ।


ଚିତ୍ରକର, ଲେଖକ, କଳକାର ସବୁ ସେ ସଜେଇଦିଏ,

କେବେ ସଜେଇ ହେବାକୁ ଅଳି କରେନି ଛନ୍ଦ ଅଳଙ୍କାର,

କେବେ ମାଗେନି ସେ ପାଦରେ ଅଳତା, ଘୁଙ୍ଗୁର

କେବେ ସେ ଚିତ୍ରପାଇଁ ଲୋଡେନି ରଙ୍ଗ ଅବୀର।


ସେ ପାର୍ଥକ୍ଯ ଖୋଜେନି ସୁନ୍ଦର-କଦଯ୍ଯର

ଭଲ-ଖରାପର ,କଳା-ଧଳାର

ସବୁକୁ ହୃଦୟରେ ଚାପିରଖେ, ଭାବେନି ପର-ନିଜର

ସବୁ ଶୁଣେ,ବୁଝେ ଆଉ ସାଇତି ରଖେ

ତା ସ୍ବଳ୍ପ ଜୀବନର ପରିସୀମାରେ।


ସେ ମାଗେନି ନାଁ ଟିଏ ପୂର୍ଣ୍ଣ ହେବା ପାଇଁ

ସେ ବିନା ନାଁ ରେ ସମ୍ପୁର୍ଣ୍ଣ, ମୋ ପାଇଁ ପରିପୂର୍ଣ୍ଣ ତା ଅସ୍ତିତ୍ବ

ସମ୍ପର୍କର ସ୍ମୃତିର ବିଶ୍ବାସର, ରାଗ,ରୁଷା ମାନ ଓ ଅଭିମାନର

ମୁକସାକ୍ଷୀ ସାଜି କେଉଁଠି ହଜିଯାଏ,

ନହେଲେ ତାକୁ କେହି ଅଲୋଡା କହି ଚାଲିଯାଆନ୍ତି।

ବୋଧେ ମନଉଣା କରେନି ସେ କେବେ।


ନିରାଶ କରେନି କାହାକୁ,ଦିଏ ଯଦି ଦେଇଦିଏ ସବୁ ଅଧିକାର

ରୁଣୀ କରି ଦିଏ ସଭିଙ୍କୁ, ସାଜେ ଉତ୍ତର ସବୁ କଠିନ ପ୍ରଶ୍ନର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍