STORYMIRROR

SUBHRANSU SAHOO

Romance

3  

SUBHRANSU SAHOO

Romance

ସାଥୀ ତୁମ କଥା ମନେ ପଡେ

ସାଥୀ ତୁମ କଥା ମନେ ପଡେ

1 min
178

ପାହାନ୍ତି କିରଣ ଧୀର ପାଦେ ଯେବେ

ପରଦା ପଛରୁ ମୋ ମୁହଁକୁ ଉଙ୍କି ଦେଖେ

ସକାଳୁ ସକାଳୁ ପକ୍ଷୀଙ୍କ କାକଳି ଯେବେ

କିଛି କିଛି ତୁମ କଥା ଭଳି ଶୁଭେ

ସାଥୀ ତୁମ କଥା ମନେ ପଡେ।।


ନିଶ୍ୱାସରେ ଯେବେ ତୁମ ନାମ ନିଏ

ହୃଦୟରେ ମୋର ବିଶ୍ୱାସର ଶଙ୍ଖ ବାଜେ

ଓଠରେ ଓଠରେ ଯାହା ନ କହିଛି କେବେ

ପବନ କାନରେ କହିବାକୁ ଇଚ୍ଛା ହୁଏ,

ସାଥୀ ତୁମ କଥା ମନେ ପଡେ।।


ସନ୍ଧ୍ୟା ପରେ ଯେବେ ମନ୍ଦିର ରାସ୍ତାରୁ

ଏକୁଟିଆ ଏ ପାଦ ଫେରେ,

ଲିଭି ଆସୁଥିବା ସଞ୍ଜ ବତୀରୁ ଯେବେ

ଅତୀତର ଧୂଆଁ ଉଠେ,

ସାଥୀ ତୁମ କଥା ମନେ ପଡେ।।


ତୁମ ଚଲା ରାସ୍ତା ଭୁଲି ଯିବି କାଳେ,

ତୁମ ପାଦ ଚିହ୍ନରେ ପାଦ ରଖି ରଖି ଚାଲେ,

ହାତ ପାପୁଲି ଯେବେ ଖାଲି ଖାଲି ଲାଗେ

ନିଜ ହାତରେ ମୁଁ ନିଜେ ହାତ ଛନ୍ଦେ,

ସାଥି ତୁମ କଥା ମନେ ପଡେ।।


କେହି ଯେବେ ପଛରୁ 'ଶୁଣ' ବୋଲି କୁହେ,

ସେ ଶୁଣରେ ତୁମ ସ୍ୱର ମୁଁ ଖୋଜେ,

ଆଇନା ଆଗରେ କେବେ ସଜେଇ ହେଲେ

ମୋ ଆଖି ତୁମର ସେ ନଜର ଖୋଜେ

ସାଥୀ ତୁମ କଥା ମନେ ପଡେ।।


ରାତିର ଅନ୍ଧାରେ ବଉଦ ଉହାଡୁ

ଜହ୍ନ ଲୁଚି ଲୁଚି ଯେବେ ଚାହେଁ,

ଶୀତ ରାତି ଯେବେ କାଲୁଆ ପବନ ନେଇ

ସ୍ମୃତିର କାକର ଦେହେ ବୋଳି ଦେଇ ଯାଏ

ସାଥୀ ତୁମ କଥା ମନେ ପଡେ।।


ନିଦରେ ମୋର ରାତିକୁ ଲୁଚାଇଲା ବେଳେ

ସ୍ୱପ୍ନକୁ ତୁମ ଆଖି ପଲକରେ ବାନ୍ଧି ଦିଏ,

ବାନ୍ଧି ନ ପାରିବି ତୁମକୁ ବୋଲି,

ପଣତରୁ ଗଣ୍ଠି ନିଜେ ଖୋଲି ଦିଏ

ସାଥୀ ତୁମ କଥା ମନେ ପଡେ...

ସାଥୀ ତୁମ କଥା ମନେ ପଡେ। ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance