ଗଛ୍
ଗଛ୍


ଦେଖଲେ ଲାଗସି,
ମାହାପୁରୁ ବନେଇଛେ ତତେ
ବନେ ଫୁରସତରେ
କାଏଁଯେ କି ମନ ମତୁଆଲ୍ ହେସି
ତୋର ଖୁଲା ହଁସି ରେ ।
ଅନୁଭବ କରସିଁ,
ଦାନ୍ ଦେବାର ବଢେଟେ ଇଚ୍ଛା
ରହିଛେ ତୋରନେ ଭରି
କାଏଁଯେ କି ଉନ୍ଝା ମାନକେ
ଦାନ ଦେଇ ତୋର ମନ ଯାଏସି ପୁରି ।
ଜୁଲେଇ କରି ପାଏସିଁ,
ସମୁନଦରର ଗହୀର ନୁ ବଲି
ତୋର ଗୁନର ଗହୀରତା
କାଏଁଯେ କି ପରର୍ ଉପକାରରେ
ଜୀବନ୍ ଦେବାର ଟା ତୋର୍ ମହାନତା ।
ସମୀକ୍ଷା କରି ଜାନସିଁ,
ନିଜର-ପର ଭେଦଭାବ ନୁ ବନେ ଉପରେ
ମୁଡ ଟେକି ହଁସୁଛୁ ତୁଇ
କାଏଁଯେ କି ପତର ପନତର ଶୀତଲ ଛାଏଁ
ଶତ୍ରୁ କେ ବି ଦାନ କରସୁ ତୁଇ ।
ଏତେ ଗୁନ ଥାଇ ବି,
ଖାଏନା ପିନ୍ଧନ ବାସଠାନ ଆରୁ
ଅମ୍ଳଜାନ ଦେଇକରି
ଧ୍ୱଂସ ହେଉଛୁ ମୁନଷର୍ ହାତେ, ଯାହାର ଲାଗି
ତୁଇ ସବୁବେଲେ ଉପକାରୀ ।
ଗୁହେର କରୁଛେଁ,
ହେ ମାନବ୍ ସମାଜ ହେଇ ସଚେତନ
ଛାଡି ଦିଅ ଗଛ୍ କଟା
କାଏଁଯେ କି, ମୁନଷର ସତ୍ତା ସେତେ ସମ୍ଭବ
ଯେତେ ଆମେରେ ଜଗାମା ଇ ଗଛ୍ ଟା ।