STORYMIRROR

Sitansu Jena

Horror Action

4  

Sitansu Jena

Horror Action

ଡାହାଣୀ ଆଲୁଅ

ଡାହାଣୀ ଆଲୁଅ

1 min
13


ନିଶବ୍ଦ ରାତିର ଅଭିସାରିକା ଗୋ 

ଉଆଁସୀ ରାତିର ଚାନ୍ଦ 

ଚଞ୍ଚଳ ମୋର ଅଂଚଳ ତଳେ

ଶୁଖିଯାଇ ଅଛି କାନ୍ଦ

କରୁଣ କାହାଣି କା ଆଗେ କହିବି

ଭାଗ୍ୟ ହେଲା ମୋର ମନ୍ଦ

ନିଶବ୍ଦ ରାତିର ଅଭିସାରିକା ଗୋ 

ଉଆଁସୀ ରାତିର ଚାନ୍ଦ.....।


ଜୀବନେ ଘଟିଲା ଏମିତି କାହାଣୀ

କହିହୁଏ ନାହିଁ ଜମା

ଖେଳିଥିଲା ଯିଏ ମୋ ଭାଗ୍ୟ ସାଥିରେ

ଦେବିନି ତାକୁ ମୁଁ କ୍ଷମା

ଖୋଜୁଛି ସେମିତି ଅନବରତ ମୁଁ

ମୋଡ଼ି ଦେବି ତାର ମୁଣ୍ଡ

ନିଶବ୍ଦ ରାତିର ଅଭିସାରିକା ଗୋ

ଉଆଁସୀ ରାତିର ଚାନ୍ଦ......।


ମୋ ଭୟରେ କେହି ଯାଏନାହିଁ ବାଟେ

ପକାଏ ତାଟି କବାଟ

ଆଲୋକବର୍ଣ୍ଣଳୀ ମୋରଜ୍ୟୋତି ରାଶି

ଦନ୍ତ ହୁଏ କଟମଟ

କେବେ ହସ କାନ୍ଦ ଅଟ୍ଟହାସ୍ୟ କେବେ

ଆନ ଭିନ୍ନ ରୂପ ଛନ୍ଦ

ନିଶବ୍ଦ ରାତିର ଅଭିସାରିକା ଗୋ

ଉଆଁସୀ ରାତିର ଚାନ୍ଦ......।


ସୂକ୍ଷ୍ମ ଛାୟା ରୂପ ବିଭତ୍ସ ଶରୀର

ପାଦ ନାହିଁ ମଥା ଅଛି

ତଥାପି ମୋ ତନୁ ପବନୁ ପ୍ରଖର

ମାରିବି ମୁଁ ବାଛି ବୁଛି

ସମାଜର ସବୁ କଳଙ୍କ ଚରିତ୍ର

ଅକାଳେ କରିବି ବନ୍ଦ ନିଶବ୍ଦ ରାତିର ଅଭିସାରିକା ଗୋ

ଉଆଁସୀ ରାତିର ଚାନ୍ଦ.......।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror