ଭୋକିଲା ପେଟ
ଭୋକିଲା ପେଟ
ଦୁଃଖରେ ପଡିଛି ସଙ୍କଟ
ନାହିଁ ମୁଖେ ଦାନା
ଅରଜି ଅଛି ଜୀବନେ
ସଢୁଛି କାମନା ।
ସ୍ୱାମୀ ମୋର କର୍ମ ଦୋଷେ
ହତଭାଗୀ ଦୁଃଖ
ବିନା କାରଣେ ଦେଖିଲେ
ଆତତାୟୀ ମୁଖ l
ନରକ ଯନ୍ତ୍ରଣା ଦୁଃଖ
ଶରୀର ପାରୁଶେ
ଘେରିଛି ଜୀବନେ
ହାହାକାର କରି ରୋଷେ l
ଭୋକିଲା ପେଟରେ
ମୋର ସଢୁଛି ଜୀବନ
ସାରାଦିନ ହାହାକାର
ମୋ ଭାଗ୍ୟ କଷଣ l
କାହିଁ ପାଇଁ ଲିହି ଲିହି
ଅଛି &
nbsp; ଏ ଦୂଷଣ l
ପ୍ରାୟ ଆଠ ବର୍ଷ ହେଲା
ମୁଇଁ ନିରିମାଖି
ଦୁଃଖ ସଙ୍କଟ କାମନା
ହୋଇଅଛି ସାକ୍ଷୀ l
ଆତତାୟୀ ରୂପେ କଷଣ ରେ ସ୍ୱାମୀ ମୋର
ଜୀବନ କାଟନ୍ତି ନର୍କ ବନ୍ଦୀ ଗୃହେ ସାର l
ମୁଁ ହତଭାଗିନୀ ଗୃହ ଜୀବନରେ ମରେ
କେଉଁ ହାତଭାଗା ଦୋଷଅଛି ଭାଗ୍ୟବରେ l
ନାହିଁ ଦାନା ପୂରା ପେଟେ ଭୋକିଲା ଶରୀର l
ଚାଲୁଛି ସଂଗ୍ରାମ କର୍ମ ହୁଏ ହାହାକାର l
ହାହା ଦୁଃଖ ମୟ ରାଶି ପଡୁଛି ଶରୀରେ l
ଛାତିକି ପଥର କରି ରହିଛି କବଳେ l