ଈଶ୍ୱରଙ୍କ ଚିଠି
ଈଶ୍ୱରଙ୍କ ଚିଠି
ଘେନ ମୋ ବିନତି ହେ ଈଶ୍ୱର ଆମ
କୃପା କରି ଦିଅ ବଳ l
ମୋର ପତ୍ରଟିଏ ଘେନ ହେ ଠାକୁର
ଦେଖ ଆମ ରଙ୍ଗ ଖେଳ l
ଦିଅ ରଙ୍ଗେ ସାଜି ସବୁଜିମା ଭରି
ଧରଣୀ କି କର ରାଣୀ l
ଏ ଚିଠି ସମ୍ବାଦ ଘେନ ହେ ଠାକୁର
ରଚିଦିଅ ଯେ କାହାଣୀ l
ମୋର ଏଇ ଚିଠି ଲେଖିଅଛି ବସି
ସୁନ୍ଦର କର ଏ ମହୀ l
ଧରଣୀ ଦେବତୀ ଆମ ପାଇଁ ରଖୁ
ଅଶେଷ ମହିମା କୀର୍ତ୍ତି l
ତୁମରି ମହିମା ଜଗତରେ ବ୍ୟାପୁ
ନାମ ରହୁ ପୁସ୍ତକରେ l
ତୀର୍ଥ କ୍ଷେତ୍ର ଦ୍ୱାରେ ବସି ରହ ପ୍ରଭୂ
ଦେଖୁଥିବା ନିରନ୍ତରେ l
ସତ୍ୟ ଧର୍ମ ଦୟା କ୍ଷମା ଚାରି ଗୁଣ
ପ୍ରସାରିତ କର କ୍ଷଣେ l
ନ ରହୁଟି ଦୁଷ୍ଟ ସନ୍ଥ ସେବକ ଦୁର୍ଗୁଣ
ସଦା ଦେଖ ଦରଶନେ l
ସତ୍ୟ ଲୋକଙ୍କର ଦୟା କୃପା ବୁଝ
ନ ଦିଅ ତାହାକୁ ତଡ଼ି l
ହିତ ପାଇଁ ଦେଖ ସମାଜ ମଙ୍ଗଳ
ଜୀବନ ତରଙ୍ଗ ବଢ଼ି l
କାହା ହାତେ ସୁଖ କାହା ହାତେ ଦୁଃଖ
କାହା ହାତେ ରଙ୍ଗ ଖେଳ l
କାହାର ଜୀବନ ଦୁଃଖମୟ ରଙ୍ଗ
ରଚିଦିଅ ଭାଗ୍ୟ ଖେଳ l
ଏ ଚିଠି ଲେଖିଛି ତୁମ ପାଇଁ ପଦେ
ନ ଧରିବ ମୋର ଦୋଷ l
ହେ ଈଶ୍ୱର ତୁମେ ପରମ ଠାକୁର
ନ ବହିବ ପ୍ରଭୂ ରୋଷ l