STORYMIRROR

Prakash Majhi

Drama Horror Romance

3  

Prakash Majhi

Drama Horror Romance

ତୁମବିନା ସାଥି

ତୁମବିନା ସାଥି

1 min
220

ସାତ ଜନ୍ମର ସାଥି ହେବ ବୋଲି

କରିିିଥିଲ ଦିିିନେ ପଣ

ମୋତେ ଛାଡ଼ିଦେଇ ଆଉ କାହା ପ୍ରେମରେ

କେମିିିତି ଭାଙ୍ଗିଲ ରାଣ?


ବୁଝେଇ ପାରୁନି ଅବୁୁଝା ମନକୁ

ଦିନରାତି ଖାଲି ଝୁରେ

ପ୍ରାଣ ଛଟପଟ ହୃଦୟ କାନ୍ଦୁଛି

ଏସବୁ ଦେଖିଲା ପରେ।


ଯନ୍ତ୍ରଣା ଜୁୁୁଇରେ ଜାଳିବାକୁ ମୋତେ

ଛାଡିଦେଲ ଏକା ଏକା,

କହିବି କାହାକୁ ମନର ବେଦନା

ସବୁ ଆଜି ଅଧାଲେଖା।


ଚାଲିବି ପାରୁୁନି ଆଗକୁ ଅନେକ

ପଥତ କଣ୍ଟାରେ ଭରା

ଆଶାରେ ଆଶାରେ ସରୁୁଛି ଜୀବନ

ଭାଙ୍ଗୁୁୁଛି ବିିଶ୍ଵାସ ଧାରା।


ନିଶବ୍ଦ ଏ ବେଳା ଅଜଣା ଏମିତି

ସରିିିଯାଏ ମୋର ଖେଳ,

ଚିହ୍ନାରୁ ଅଚିହ୍ନା କେତେବାଟ ଆଉ

ଦେହ ହୁୁୁଏ ଟଳମଳ ।


ସ୍ମୃତି ଯେତେସବୁ କେମିତି ଭୁଲିିିବିି

ଲୁହରେ ଭିଜୁଛି ଏଠିି

ଲିିିଭିନି ସପନ ଏଯାଏଁ ଆଖିରୁ

କାହାକୁ ଲେଖିିବି ଚିଠି।


ଫଗୁଣର ଆଉ ଆସୁନିି ଖବର

ଶ୍ରାବଣ ନେଇଛି ଛୁଟି

ଅପେକ୍ଷାର ପଥ ଅନେଇ ବସିିିଛି

ଲୁହରେ ଭିଜୁଛି ମାଟି ।


ରଙ୍ଗହୀନ ଫୁଲ ସାଜିଲି ଅଦିନେ

ନିଶ୍ୱାସ ପିିଟୁଛି ଢ଼଼େଉ,

ତୁମେ ନାହଁ ବୋଲି ଭାବନା ଡାଳରେ

ଫୁଟିବି କେମିତି ଆଉ।

 

ପ୍ରାଣହୀନ ପକ୍ଷୀ ଠିକଣା କେଉଁଠି

ଅନ୍ଧାର କରିଛି ବଷା

ମଉଳା ବସନ୍ତ କି ଗୀତ ଗାଇବ

ଓଠରେ ନାହିଁତ ଭାଷା।


ରୂପ କଲବଲ ଅଦୃଶ୍ୟ ସମୟ

ଆଉକି ପାରିବି ଡ଼ାକି

ତୁମବିନା ସାଥି କଟୁୁନାହିଁ ରାତି

ନିଦରେ ଘାଇଲା ଆଖି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama