STORYMIRROR

Dharitri Das

Horror

3  

Dharitri Das

Horror

ଏକାଦଶ

ଏକାଦଶ

1 min
269

ଚାହୁଁଚାହୁଁ ଗଲା ଦିନ ଦଶରେ କୁମର

ଆଜିହେଲା ଏକାଦଶ କ୍ରିୟାଟି ତୋହର।

ଆସିଛନ୍ତି କେତେ ବନ୍ଧୁ ବାନ୍ଧବ ମିଶିଣ

ସାରିଦେଇ କର୍ମ ଯିବେ ନିଜର ସଦନ।

କେହି ରହି ନାହିଁକି ରହିବେ ନାହିଁ ମର୍ତ୍ତ୍ୟେ

ଅଭିନୟ ସାରି ବାହୁଡିବେ ଯଥା କୃତ୍ୟେ।

ସ୍ମୃତିହୋଇ ରହି ଗଲ ସଭିଙ୍କର ହୃଦେ

ଏ ଛାର ଧରିତ୍ରୀ ଅର୍ଘ୍ୟ ଦେଇ ପାଦ ବନ୍ଦେ।

କେତେ ଭଲଗୁଣ ତୁମ ହୃଦୟରେ ଭରି

ଆମାୟିକ ଥିଲ ଚନ୍ଦ୍ରମଣି ନାମ ଧରି।

ସାର୍ଥକତା ଭରି ନାମରେ ତୁମର ବାବୁ

ଜନପ୍ରିୟ ହୋଇ ସଭିଙ୍କୁ କରିଲ କାବୁ।

ସାମ୍ବାଦିକ କବି ସମାଜସେବକ ହୋଇ

ରଖିଗଲ ଯଶ କାଳ କାଳକୁରେ ଭାଇ।

ତୁମ ଧୀର ସ୍ଥିର ଶାନ୍ତ ସ୍ୱଭାବରେ ମୁହିଁ

ବିମୋହିତ ହୋଇ ଭାବୁଥାଏ ରହି ରହି।

ସତେକି ଈଶ୍ୱର ମାନବ ରୂପରେ ଆସି

ଦିଗଦର୍ଶନ ଦିଏ ପଥର ପରିକା ବସି।

ନ ମିଶିଲେ ବି ତୁମରି ସାଥେ ବେଶୀ ସମୟ

ମୁଖ ଦର୍ଶନେ ହୁଅଇ ସଦା ଖୁସି ମୋର ହୃଦୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror