STORYMIRROR

Ankit sahoo

Drama Horror Tragedy

4  

Ankit sahoo

Drama Horror Tragedy

ପଖାଳ::::

ପଖାଳ::::

1 min
230

ଓଡ଼ିଆ ମାନଙ୍କ ପାଇଁ ପଖାଳ:::::-

ଓଡ଼ିଆ ମାନଙ୍କ ପାଇଁ ପଖାଳ

ହେଉଛି ତ ଅମୃତ

ଥରେ ଖାଇଦେଲେ କଂସେଇ ପଖାଳ

            ହେଇଯାଏ ଖୁସି ମନ

ପଖାଳ ସାଙ୍ଗକୁ ବଡି ଚୁରା ହେଲେ

                ଲାଗେ ତ ଭାରି ମଜା

ଆଳୁ ଭଜା ସାଥେ ପଖାଳ ଖାଇଲେ

                ଲାଗେ ଭାରି ସୁଆଦିଆ

ନିଦ ନ ଲାଗିଲେ ଭଲ ତ ଲାଗେନି

                 ଦେହ ଜମା ମଣିଷର

ପଖାଳ କଂସେଇ ପେଟେଇ ଖାଇଲେ

             ଦେଖିବ କଣ ତ ହେବ

ନିଦ ମାଉସୀ କୁ ସାଥିରେ ନେଇ

                  ଆସିବ ସେହି ପଖାଳ

ଏତେ ଜୋର ରେ ନିଦ ହେଇଯିବ

             ନ ଥିବ ଆଉ କିଛି ହୋସ

କାମକୁ ଯିବା ଆଗରୁ ଥରେ

                 ପଖାଳ ଖାଇକି ଦେଖ

   ପେଟ ଠାରୁ ମୁଣ୍ଡ ଥଣ୍ଡା ହୋଇଯିବ

                    ହବ ସବୁ କାମ ଭଲ

ଫ୍ରିଜ୍ ଯେତେ ବେଳେ ନ ଥିଲା

                       ଲୋକ ମାନଙ୍କ ପାଖରେ

ଖରା ଦିନ ଆସିଲେ ପଖାଳ ଖିଆ

                      ହୁଏ ତ ଘରେ ଘରେ

ବୁଧବାର ଆଉ ଶୁକ୍ରବାର ଦିନ

                    ନିଶ୍ଚିତ ପଖାଳ ଖାଇବ

ଶୁଖୁଆ ଚଟଣୀ ସାଥିରେ ପୋଡ଼ା

                       ବିଲାତି ଚଟଣୀ ଖାଇବ

ପଖାଳ ସାଥିରେ ସବୁ ଚଟଣୀ

                    ଖାଇବାକୁ ଭଲ ଲାଗେ

ଅଣ୍ଡା ଭଜା ସାଥିରେ ହେଇଗଲେ

                 ସ୍ଵାଦ ଦୁଇଗୁଣ ହୁଏ

ପଖାଳ ଖାଇ ଦେଇ ଛୋଟ ବେଳେ

               ସ୍କୁଲ କୁ ମୁଁ ଯାଏ

ଖାଇବାକୁ ଆଉ ମିଳୁନି ପଖାଳ

           ଅଛି ଘରୁ ମୁଁ ଦୁରେ

ଖାଦ୍ୟ ନୁହଁ ଖାଲି ପଖାଳ କଂସା

                  ଆମ ଓଡ଼ିଆ ମାନଙ୍କ ପାଇଁ

ପଖାଳ ହେଉଛି ଆମରି ଗର୍ବ

                   କହୁ ଆମେ ଛାତି ଫୁଲାଇ

ଜୟ ଜଗନ୍ନାଥ ଜୟ ଓଡ଼ିଶା ଜୟ ପଖାଳ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama