STORYMIRROR

Ankit sahoo

Drama Romance Children

4  

Ankit sahoo

Drama Romance Children

ଗଛ ଦେବତା

ଗଛ ଦେବତା

1 min
18


ଗଛ ଦେବତା ହେ ଗଛ ଦେବତା

ରଖ ପରିବେଶ ନୀଳମଲ 

ଅମ୍ଲଜାନ,ଛାଇ,କାଠ ଓ ଜାଳେଣି

ଦିଅ ତୁମେ ଫୁଲ ଫଳ

                 

ଅଙ୍ଗାରକାମ୍ଲ ନେଇ ନିଶ୍ୱାସରେ ତୁମେ

ଅମ୍ଲଜାନ ଦିଅ ଆମକୁ

ମୃତ୍ତିକା ସଂରଯଣ କରି ତୁମେ

ଭରସା ହୁଅ ଚାଷୀକୁ

                 

ତାପ ନିୟନ୍ତ୍ରଣେ ବିନିଯୋଗ ହୋଇ

ବରଷା କରାଅ ତୁମେ

ତୁମ ଉପକାରେ ଉପକୃତ ହୋଇ

ବଞ୍ଚି ରହିଅଛୁ ଆମେ

               

ଆସ ସମସ୍ତେ ଏକାଠି ହେବା

ଗଛ ଦେବତାଙ୍କ ସେବା କରିବା

ଗୋଟିଏ ଗୋଟିଏ ଗଛ ଲଗାଇ

କାଲି ପାଇଁ ଆଜି ସତର୍କ ହେବା

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama