STORYMIRROR

Ankit sahoo

Abstract Romance Inspirational

4  

Ankit sahoo

Abstract Romance Inspirational

ବଡ଼ କଲେଜର

ବଡ଼ କଲେଜର

1 min
10

ତୁମେ ବଡ଼ କଲେଜର ତାରା,

ଆଖିରେ ସାହିତ୍ୟ ତୁମର ପ୍ରିୟେ।

କବିତା ପୋଥିରେ ହଜିଯାଅ ତୁମେ,

ଦର୍ଶନରେ ମୁଁ ବୁଡ଼ିଯାଏ ପ୍ରିୟେ।

ତୁମ ନୋଟ୍ସ ଗୀତା ପରି ପବିତ୍ର,

ମୋ ଭାବନା ରାମାୟଣ ସାଜେ ପ୍ରିୟେ।

ଦୂରରୁ ଦେଖି ମୁଁ ଭାବେ,

ତୁମେ ମୋ ଜୀବନର ସାଥୀ ହେବ ପ୍ରିୟେ।

ଆମେ ଦୁହେଁ କଳା ପ୍ରେମୀ,

ତଥାପି କେତେ ଅଲଗା ସାଜିଛୁ ପ୍ରିୟେ।

ତୁମେ ସହର ଚଉକରେ,

ମୁଁ ଗାଁ ଦାଣ୍ଡରେ ଭାବୁଥାଏ ପ୍ରିୟେ।

ତୁମ ବିନା ମୋ କବିତା ଅଧୁରା,

ତୁମେ ମୋ ସପନର ରାଣୀ ପ୍ରିୟେ।

ଏ ଦୂରତା ବି ମଧୁର ଲାଗେ,

ତୁମ ପାଇଁ ମୁଁ କବି ସାଜିଛି ପ୍ରିୟେ।


Rate this content
Log in

Similar oriya poem from Abstract