STORYMIRROR

Ankit sahoo

Abstract Romance Thriller

3  

Ankit sahoo

Abstract Romance Thriller

ତୁମ ସାହିତ୍ୟ

ତୁମ ସାହିତ୍ୟ

1 min
183

ତୁମ ସାହିତ୍ୟର ଚାନ୍ଦିନୀରେ,

ମୋ କଲମର ନୀଳ କାଳି ଝରୁଛି ପ୍ରିୟେ।

ତୁମ ଚିନ୍ତାର ବିଶ୍ୱବିଦ୍ୟାଳୟରେ,

ମୋ ସ୍ୱପ୍ନର ପାଠାଗାର ଗଢ଼ୁଛି ପ୍ରିୟେ।

ତୁମ ନୋଟ୍ସର ପୃଷ୍ଠାରେ ଗୀତା,

ମୋ ଲେଖାରେ ରାମାୟଣ ବହୁଛି ପ୍ରିୟେ।

ଦୂରରୁ ଦେଖି ଭାବେ ମନ,

ତୁମେ ମୋ କବିତାର କଳ୍ପନା ପ୍ରିୟେ।

ତୁମ ଆଖିର କଳା ଅକ୍ଷରରେ,

ମୋ ହୃଦୟର ବ୍ୟାକରଣ ଲେଖାଯାଏ ପ୍ରିୟେ।

ତୁମେ ମୋ ସାହିତ୍ୟର ସ୍ୱପ୍ନରାଣୀ,

ମୁଁ ତୁମ ଭାବନାର ଅଜଣା କବି ପ୍ରିୟେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract