ଭାନଗଡ଼ର ଯାତ୍ରା
ଭାନଗଡ଼ର ଯାତ୍ରା
ଆରେ ଭାଇ ଗାଡ଼ି ଶୀଘ୍ର ଷ୍ଟାର୍ଟ କର । ମୋତେ ଭାରି ସଂକୋଚ ଲାଗୁଛି । ଏମିତି ମୁଁ କହୁ କହୁ ମୋ ପାଖରେ ବସିଥିବା ସାଙ୍ଗ ଚନ୍ଦନ ମୋତେ ରାଗିଯାଇ କହିଲା.... "କାହିଁ ତୁ ଏମିତି ହେଉଛୁ କହିଲୁ । ଯଦି ଏମିତି ହବୁ ତୁ ଚାଲି ଚାଲି ରୁମ୍ ପାଖକୁ ଯିବୁ । ଆଉ ମୁଁ ଏକା ଏକା ଏଇ ଆମ୍ବୁଲାନ୍ସ ରେ ମଳୟକୁ ନେଇକି ଯିବି ହସ୍ପିଟାଲ୍କୁ ।" ଆରେ ଆରେ କିଛି ବୁଝିହେଲାନି ବୋଧେ ଏ କଥାଟି ଟିକେ ଆଗରୁ ଆରମ୍ଭ କରୁଛି ।
ସେଦିନ ଥିଲା ୨୨ ଡିସେମ୍ବର । ଶୀତ ପାଗ ହେତୁ କେହିବି ଘରୁ ବାହାରୁ ନ ଥିଲେ । ରାତି ପ୍ରାୟ ସାଢେ଼ ଆଠଟା /ନ ଟା ବେଳକୁ ଆମେ ରାଜସ୍ଥାନ ର କିଛି ଜାଗା ବୁଲିଆସି ପରଦିନ ସକାଳୁ ଭାନଗଡ଼ ଫୋର୍ଟ ଯିବାପାଇଁ ନିଷ୍ପତ୍ତି ନେଇଥିଲୁ । ଆମେ ପ୍ରାୟ 12 ଜଣ ସାଙ୍ଗ ହେଇ ଯାଇଥିଲୁ। ଆମର କଥାବାର୍ତ୍ତା ଚାଲିଥିଲା ଭାନଗଡ଼ ଫୋର୍ଟ ର ଇତିହାସ ବିଷୟରେ। ନୂଆ ଜାଗା ବୁଲି ଦେଖିବାକୁ କାହାର ମନରେ ବା ଉତ୍କଣ୍ଠା ଜାଗ୍ରତ ହବନି କହିଲ ଦେଖି ଭାଈ। ଏ ଫୋର୍ଟ ହେଉଛି ଭାରତର ସବୁଠାରୁ ରହସ୍ୟମୟ ତଥା ବିପଦ ପୂର୍ଣ୍ଣ ଜାଗା । ଏ ଜାଗାକୁ ରାତି ବେଳା ଯିଏ ଯାଇଛି ସେ ଆଉ ଫେରିନି । ଏମିତି କଥା ଶୁଣି ମୋ ରୁମ ଟଙ୍କୁରି ଉଠୁଥାଏ ଆଉ ଉତ୍କଣ୍ଠା ବି ଜାଗ୍ରତ ହେଉଥାଏ । ମନେ ମନେ ଭାବୁଥାଏ ଆଜି ଏ ରହସ୍ୟ ଉନ୍ମୋଚନ କରନ୍ତି କି । ସେହି ସମୟରେ ଦୁର୍ଭାଗ୍ୟ ବଶତଃ ମଳୟର ଦେହ ହଠାତ୍ ଖରାପ୍ ହେବାରୁ ଭାନଗଡ଼ ପାଖରେ ଥିବା ଏକ ହସ୍ପିଟାଲ୍'କୁ ନେଇବାକୁ ପଡ଼ିଲା । ଯାଉ ଯାଉ କିଛି ଲୋକ ମାନେ ରାସ୍ତାମଝିରେ ଅଟକାଇ ଦେଈ କହିଲେ ....
ଭାଇ .... ଭାଇ.... ତମେ ଏତେ ରାତିରେ ଏ ଆମ୍ବୁଲାନ୍ସ ରେ ମେଡିକାଲ୍ କୁ ନେଇ କାହିକି ଯାଉଛ କହିଲ...। ଏ ଜାଗାରେ ପକ୍ଷୀ ବି ଉଡିବାକୁ ଭୟ କରେ ହସ୍ପିଟାଲ୍ ରେ କ'ଣ ଡାକ୍ତର ଥିବେ ।
ମୋ ମନରେ ଭୟ ସୃଷ୍ଟି ଧୀରେ ଧୀରେ ହେଉଥାଏ । ସେମାନେ ପୁଣି କହିଲେ ଯାଉଛ ଯେ କୋଉଠି ଗାଡ଼ି
ରଖିବନି.. .. ସିଧା ଯିବ ଯଦି ଡାକ୍ଟର ନ ଥିବେ ସିଧା ଆସିବ । ଆମେ ତା ବ୍ୟବସ୍ଥା କରିଦେବୁ। ହଉ ଭାଇ କହି ଆମେ ସେଠୁ ପଳେଇ ଆସିଲୁ।
ଆମ୍ବୁଲାନ୍ସ ରେ ସମୟରେ ଭାନଗଡ଼ ଇତିହାସ ଆଉ ଲୋକୋମାନେ କହୁଥିବା କଥା ମୋ ମନରେ ଗୋଳେଇ ଘାଣ୍ଟି ହେଉଥାଏ । ଲୋକମାନେ କୁହନ୍ତି ରାଣୀ ରତ୍ନବତି ବହୁତ୍ ସୁନ୍ଦର ଥିଲେ ଆଉ ଏହି ଭଙ୍ଗଡ ରେ ଥିବା ରାଜ ପ୍ରାସାଦ ରେ ରହୁଥିଲେ
। କିନ୍ତୁ ଗୋଟେ ତାନ୍ତ୍ରିକ ଆସି ଅତର ରେ କିଛି ବିମୋହିତ ଦ୍ରବ୍ୟ ମିଶାଇ ରାଣୀକୁ ଉପହାର ସ୍ୱରୂପ ଦେଇଥିଲା ଆଉ ରାଣୀ ବିମୋହିତ ହେବା ପରେ ତାନ୍ତ୍ରିକ ଜଣକ ସମସ୍ତଙ୍କୁ କଳା ଯାଦୁ କରି ରାଣୀ ରତ୍ନବତିକୁ ନେଇ ଦୁଷ୍କର୍ମ କରି ମାରିଦେଇଥିଲ। । ସେ ଦିନ ଠାରୁ ରାଣୀଙ୍କ ଆତ୍ମା କୁଆଡେ ତାନ୍ତ୍ରିକକୁ ଖୋଜୁଛି ତା ପ୍ରତିଶୋଧ ନେବାପାଇଁ ।
ଏମିତି କଥା ଭାବୁ ଭାବୁ ଗୋଟେ ଜଙ୍ଗଲ ରାସ୍ତା ପଡିଲା । କଣ ହେଲା କେଜାଣି ଜଙ୍ଗଲର ଠିକ୍ ରାସ୍ତା ମଝିରେ ଅଟକି ଗଲା ଗଡ଼ି । ଆଉ ସେତେବେଳେ ମୁଁ ଗାଡ଼ି ଶୀଘ୍ର ଷ୍ଟାର୍ଟ କରିବାକୁ ଚନ୍ଦନକୁ କହିଥିଲି। ବାରମ୍ବାର ଆମ୍ବୁଲାନ୍ସ ଚଳାଉଥିବା ଭାଇ ଜଣଙ୍କ ବାରଣ କରୁଥିବା ସତ୍ୟେ ମୁଁ ଏ ଗାଡ଼ିରେ ଆଉ ଯିବିନି କହି ରାଗିକି ଗାଡିରୁ ବାହାରି ଚାଲିବାକୁ ଲାଗିଲି।
କିଛି ଦୂରରୁ ଦେଖାଗଲା ଚାରି ପାଞ୍ଚଟି ଆଲୁଅ ଦେଖାଯାଉଛି ଅନ୍ଧାର ରାତିରେ । ମୁଁ ଆହୁରି ଭୟ କରିଗଲି। ସେ ଆଲୁଅ ଗୁଡାକ ମୋ ପାଖକୁ ଆସିବାର ଲାଗିଲା । ପ୍ରାଣ ବିକଳରେ ଦଉଡ଼ି ଯାଇ ଆମ୍ବୁଲାନ୍ସ ରେ ବସିପଡ଼ିଲି । ଏବେ ଏତେ ପର୍ଯ୍ୟନ୍ତ ଚୁପ୍ ହେଇ ରହିଥିବା ଆମ୍ବୁଲାନ୍ସ ଚଳାଉଥିବା ଭାଈ ଜଣକ କଥା ଶୁଣି ମୁଁ ହତଚକିତ ହେଇଗଲି । ସେ କହୁଥିବା କଥା କୌଣସି ଭୂତ ପ୍ରେତ କଥା ନ ଥିଲା ସେ ଥିଲା ଅଧୁନା ମାନବ ସମାଜରେ ବଞ୍ଚିରହିଥିବା କିଛି ନରହନ୍ତା। ଭୋକ ବିକଳରେ ସେମାନେ ଯାହା ଦେବ ଖାଇଥାନ୍ତି । ଏବେ ଜଙ୍ଗଲ ସବୁ ସଫା ହେଇଗଲାଣି। ଝରଣା ପାଣି ବି ଶୁଖିବାକୁ ଲାଗିଲାନି। ପଶୁ ପକ୍ଷୀ ଶିକାରି ଯାହାକୁ ଯେତେ । ପ୍ରଶାସନ ଆଉ ସରକାର ବି ନୀରବ ଦ୍ରଷ୍ଟା। କଣ କରିବେ ସେମାନେ । ଏ ଗରିବ ଭୋକିଲା ନରହନ୍ତା କୁ କିଏ ବା ପଚାରେ। ଭୋକ ବିକଳରେ କିଛି ନ ପାଇଁ ସେମାନେ ଯୋଉ ମଣିଷକୁ ଦେଖିଲେ ନେଇ ଖାଇଯାଇନ୍ତି।
କିଛି ସମୟପରେ ସବୁ ସ୍ଥିତି ସୁଧୁରିବାକୁ ଲାଗିଲା ।ମଳୟର ଦେହ ବି ଠିକ୍ ହେଇଗଲା ଆମେ ଭଲରେ ଭଲରେ ଭାନଗଡ଼ ବୁଲି ଘରକୁ ଆସିଲୁ। କିନ୍ତୁ ମୋ ମନରେ ଆଜି ପର୍ଯ୍ୟନ୍ତ ବି ଗୋଟିଏ କଥା ପ୍ରତିଧ୍ଵନିତ ହୁଏ । ସେ ଭୁଲ୍ କାହାର ? ସବୁ କିଛି ପାଇ ନ ପାଇବା ର ଅଭିନୟ କରୁଥିବା ମାନବ ସମାଜ ନା ଭୋକ ବିକଳରେ କାଳାତିପାତ କରୁଥିବା ସେହି ନିରୀହ ନରହନ୍ତା ମାନଙ୍କର । ସେ ଦିନ ଠାରୁ ଭାନଗଡ଼ ର ଯାତ୍ରା ମୋ ପାଇଁ ଏକ ରହସ୍ୟମୟ ଉଦାହରଣ ହୋଇ ରହିଗଲା ।