STORYMIRROR

Nrusingha Panigrahi

Abstract Romance Classics

4  

Nrusingha Panigrahi

Abstract Romance Classics

ହେ ମୋ ରାଣୀ

ହେ ମୋ ରାଣୀ

1 min
208


ସ୍ବପ୍ନ ତୁମେ ଅଂଶୁପା ହ୍ରଦର ଅଗଭୀର ଜଳରାଶି

ମାଡ଼ିଚାଲ ବେଳେ ବେଳେ ସୂର୍ଯ୍ୟ କିରଣ ପରି

ମୋର ଦେହରେ ଲୀନ ହୁଏ ଆତ୍ମାର ଅନୁରୂପ ପରି

ଆଉ କହିଦେଇ ଚାଲିଯାଅ ମୁଁ ଫେରିଲେ ହେବି 

               ତୁମ ପରି.......। ୧


କିଛି କ୍ଷଣ କଥାରେ ଅଟକି ରାଜି ହେଇ ଯାଏ 

କଥା ହେବାର ବାହାନା ଖୋଜେ କେଜାଣି କାଇଁ

ଆତ୍ମ ପ୍ରକାଶର କଦାକର ମୁଁ ହେଲେ "ପରି "ତୁମେ

 ପୁଣି ମନ କାଇଁ କୁହେ ପ୍ରତି ପରିଧିରେ ଅବସ୍ଥିତ

               ତୁମ ପରି........। ୨

ସ୍ଵନ୍ତନା ଦେବାର ଆବଶ୍ୟକତା ନାହିଁ ତୁମ ମନେ

ତୁମେ ତ ସ୍ଥିତ ପ୍ରଜ୍ଞ ଓ ଆତ୍ମା ବିଶାରଦ ହେଇଯାଓ

ଯେବେ ମୁଁ କୁହେ ରାଣୀ ପରି ତୁମେ ହୁଅ ବାୟାଣୀ

ଆଉ ଟିକିଏ ହସିଦିଏ ତୁମ ଓଠ କହିଦିଏ ହୋଇଯିବି

                ତୁମ ପରି...... ।୩

 ତୁମେ ଥିଲେ ପାଶେ ଦୁଃଖ ନାହିଁ ମୋର କିବା ଅଛି ଆହା

     ତୁମ ପରି......!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract