ଅକୁହା କଥାରେ କାଳିଆ
ଅକୁହା କଥାରେ କାଳିଆ


କିଛି ମାଗୁନାହିଁ ସ୍ବପ୍ନ ମୁଁ ମାଗୁଛି
ବଞ୍ଚିବା ସମ୍ଭାବନା କମ୍ ମୋର ଅଛି
କହି ହେଉନି କି ସହି ପାରୁନାହିଁ
ବଞ୍ଚିବାର କଳା ଦିଏ ତୁ ଶିଖାଇ ।
ଯଦି ଦୁଃଖ ଦେଲୁ ସୁଖ କାହିଁପାଇଁ
ଯଦି ସୁଖ ଦେଲୁ ଦୁଃଖ କାହିଁ ନାହିଁ
ତୋ ମାୟା ବନ୍ଧନ ବୁଝିପାରୁ ନାହିଁ
ଯମ କୁ ପଠାଇ ବାନ୍ଧି ନିଏ ଆଜି ।
ଖସି ମୁଁ ପାରୁନି ତଳ ବରଡାରୁ
ବାଆ ଆସିଲାଣି ସେ ଗଛ ଉପରୁ
ବର୍ଷା ପଡ଼ିଲାଣି ମୋ ବସା ସମ୍ଭାଳେ
ତୁ ନ ରଖିବୁ ଯଦି ଆଉ କେ ନେବରେ ।
କାଳର କରାଳ ରୂପ ଧରି ପଥେ
ଜିତିବା ପାଇଁଁ ମୁଁ ଉଠି ବସିପଡେ଼
ଦେଖୁ ଦେଖୁ ସେ ପାଖେ ଆସି ବସି
କହିଥାଏ କେତେ ଯନ୍ତ୍ରଣାରେ ଗତି ।
ଅସୀମ ଶକତି ସେ କରାଳ ରୂପର
କି କହି ପାରିବି ତା'ର ଚରିତ୍ରର
ଆସିଲାଣି ମୋର ଯମ ର ବିଭକ୍ତ
ଯିବି ସଦା କାଳେ ଦେଲାଣି ସଙ୍କେତ ।
ଅକୁହା କଥା ମୁଁ ବଖାଣି ଲି ଆଜି
କହୁ କହୁ ସବୁ ସତ କହିଦେଲି
ଭୁଲ୍ ଥିଲେ ମୋତେ କ୍ଷମା କରିଦେବ
ଏତିକି କହି ମୋ ମୁନ ନିବୃତ ରହିବ ।