STORYMIRROR

Nrusingha Panigrahi

Inspirational Children

4  

Nrusingha Panigrahi

Inspirational Children

ପଥ

ପଥ

1 min
210


ତୁ ପଥ ଆଉ ମୁଁ ତୋ ପଥିକ

ତୋ ପଥ କେବେ ସରେନା 

ମାେ ଦୁଃଖ କେବେ ସରେନା

କହିବାକୁ ଅନେକ ରହିଯାଏ 

   ହେଲେ ଆମେ ଦୁହେଁ କାହାକୁ କହି ପାରୁନା..୧


ତୁ ମୋ ଭୂତ , ତୁ ମୋ ଭବିଷ୍ୟ

ମାେ ନିକଟ , ମାେ ଦୂର ବି ତୁ

ଯିବି ତୋ ବାଟ ଦେଇ ଶ୍ମଶାନ

ଆଉ ତୁ ରହିଥିବୁ ଚାହିଁ ମୋର ଶବ

  ପୁଣି ଥରେ ଏକାଠି ହେବା କେବେ ମୁଁ ଜାଣେନା..୨



ବିରହ ଜ୍ୱାଳାରେ ଜର୍ଜରିତ ମୁଁ

ବୈଶାଖ ତାତିରେ ଛଟପଟ ତୁ

ତୁ ଚାହିଁରହୁ କେବେ ଆସିବ

ଶ୍ରାବଣ ଧାରା ଆଉ ମୁଁ ଚାହେଁ ଖୁସି

  ତୋ ବିନା ଜୀବନ ଲାଗେ ଅଧା କାହିଁ ମୁଁ ଜାଣେନା..୩



ତୁ ତ ମାଆ, ସର୍ବଂସହା ଆଉ

ମୁଁ ତୋ କୋଳର ଜୀବନଧାରା

ସହିଯାଉ ତୁ କେତେ ଯେ କଷ୍ଟ

ମୁଁ ତୋ' ଠାରୁ ବଞ୍ଚିବା ଶିଖିଛି ଆଉ ଶିଖିବି

  ସେଥିପାଇଁ ବୋଧେ ମାଆ ପୁଅର ସମ୍ପର୍କ କେ' ଜାଣେନା..୪


ଅବଶ୍ୟମ୍ଭାବୀ ମାେ ବଞ୍ଚିବା- ହସିବା

ତଥାପି ତୋ ଉପରେ ମୁଁ ଯାଉଥାଏ

ହସୁଥାଏ, କାନ୍ଦୁଥାଏ ହେଲେ ତୁ!!!

 କିଛି କାହାକୁ ନ କହି ନିର୍ଜନତାରେ ନିଜକୁ କଷ୍ଟ ଦେଉ

     କାହିଁକି ମୁଁ ଜାଣେନା ମୁଁ ଜାଣେନା ....୫

     










ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational