STORYMIRROR

Nrusingha Panigrahi

Others

4  

Nrusingha Panigrahi

Others

ସ୍ବାଧିନ ଭାରତ

ସ୍ବାଧିନ ଭାରତ

1 min
25

ଜନ୍ମ ମୋ ଏଇ ଭାରତ ବର୍ଷରେ

ଗର୍ବିତ ଆଜି ମୁଁ ରହି ଏଠାରେ

ତଥାପି କାଇଁ ଲାଗେ ମୋତେ

କିଛି ନାହିଁ ମୁଁ ଅଛି ଖାଲି ହାତରେ 

କିନ୍ତୁ କହିଛି ସ୍ଵାଧୀନତା ମୋ ହାତରେ.....୧


ଅସମ୍ପୂର୍ଣ୍ଣ ମୋ ଦେହ ଦେଖି ରକ୍ତ ତ୍ରିରଙ୍ଗା

କିଛି କରିବି କଥାରେ ନୁହେଁ କାମରେ

ମୋ ଭାରତ ବର୍ଷ ଦେଶରେ ,ଏଇ ଦେଶରେ

ଉତ୍କଣ୍ଠା ପରିଲକ୍ଷିତ ହେଉଛି କରିବି ମୁଁ

ଯାହା ରଖିବ ମୋର ମାନ ଆଉ ଅଭିବୃଦ୍ଧିରେ....୨


ସ୍ୱାଧୀନ ଥାଇ ବି ପରାଧୀନ ଏଇ ଜୀବନେ

କହିଲେ କୁଳ କୁଟୁମ୍ବକୁ ଲାଜ ଲାଗେ

ନେତା ଓ ଅଭିନେତା ଜୀବନ ବହୁତ୍ ଭଲରେ

ଯାହା କୁହନ୍ତୁ ସେୟା ହୁଏ ଏ ଦେଶରେ

ଆଉ ଟିକିଏ ରହିଯାଆ କୁହନ୍ତୁ ସବୁ ଏଠିରେ ...୩


ଚନ୍ଦନ ମହକୁ ନାହିଁ ଆଉ ଏଠି ସତରେ

କସ୍ତୁରୀ ମୃଗ ବି ଅସହାୟ ଲାଗିଲାଣି ଏଠିରେ

ବାସ ଚହଟେ କେବଳ ଯାହାର ସମ୍ପତ୍ତି 

ମୁଣ୍ଡ ଗୁଞ୍ଜିବାକୁ ମୋର ଏଠି ନାହିଁ ଅଧିକାର 

ତଥାପି କୁହେ ଧନ୍ୟ ହେଲି ଜନ୍ମି ଏଇ ଦେଶରେ ...୪


ମାଟି ଲଗ୍ନ। ସ୍ୱପ୍ନ ଆଜି ଜନ୍ମିଛି ଏଇ ଉତ୍କଳରେ

ପରାଧୀନ ଥିବା ଜୀବକୁ କରିବ ସ୍ୱାଧୀନ

ସାହିତ୍ୟ ସର୍ଜନା ପ୍ରକ୍ରିୟା ଜାରି ରଖିବ ବୋଲି 

ଶପଥ ଗ୍ରହଣ କରିଛି ଆଉ ସବୁବେଳେ କରିବ

ସଂସ୍କାର ସଂସ୍କୃତି ସମସ୍ତଙ୍କୁ ଆଜି ଏକାଠି କରିରେ.....୫






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍