STORYMIRROR

Nrusingha Panigrahi

Others

3  

Nrusingha Panigrahi

Others

ଆଜି ପରା ସାବିତ୍ରୀ ବ୍ରତ

ଆଜି ପରା ସାବିତ୍ରୀ ବ୍ରତ

1 min
253

ଆଜି ପରା ସେଇ ସାବିତ୍ରୀ ବ୍ରତ ଯେ

  ଶାଢୀ ଚୁଡ଼ି ନୁଆ ପିନ୍ଧି

ସତ୍ୟବାନଙ୍କୁ ସେ ପୂଜା କରିଥାଆନ୍ତି

  କେତେ ଥାଏ ପୂଜା ବିଧି !,

   

ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ପଡ଼େ ଯେ

  ପବିତ୍ର ସାବିତ୍ରୀ ବ୍ରତ,

ନିଷ୍ଠା ପ୍ରବାହରେ ସମସ୍ତ ସାବିତ୍ରୀ

 ମ।ଗିଥାନ୍ତି କେତେ ଆୟୁଷ,

  

ସାବିତ୍ରୀ ମାଆଙ୍କ ନିକଟକୁ ଯାଇ

 କେତେ ଉପାସନା କରିଥାନ୍ତି

ଯମ ରାଜାଙ୍କ ନିକଟରେ ବସି ସଭେଁ

  କରି ଥିଲେ କିବା ଯୁକ୍ତି,

   

ଏଠି ସାବିତ୍ରୀ କହୁଛି ସତ୍ୟବାନ ପାଇ

  ସବୁ କିଛି ପାଇଗଲି 

ମୋ ବାୟାଣୀ କହୁଛି ଆଜି ଠାରୁ ତୁମେ

  କାମକୁ ନ ଯାଅ ଫେରି,

  

ସେ କି ବୁଝିବ ସ୍ନେହ କାଙ୍ଗାଳୀ ସେ

  କାମ ହିଁ ମୋ ଭଗବାନ

କାମ ପାଇଁ ବଞ୍ଚେ କାମ ପାଇଁ ନାଚେ

  କର୍ମ ବିନା ମନ ବନ |||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍