STORYMIRROR

Nrusingha Panigrahi

Others

3  

Nrusingha Panigrahi

Others

ନୃସିଂହ ଚତୁର୍ଦ୍ଦଶୀ- ଏକ ପରମ୍ପରା

ନୃସିଂହ ଚତୁର୍ଦ୍ଦଶୀ- ଏକ ପରମ୍ପରା

1 min
48


ଉଗ୍ର ରୂପେ ନାମ ତୋର ଅଭୟ ନୃସିଂହ

 ଅଭୟ ବର ପ୍ରଦାନ ଅଟେ ତୋ ନିୟମ


          ତୋ ମନ୍ତ୍ର ପଢ଼ିଲେ ଶାନ୍ତ ହୁଏ ମନପ୍ରାଣ

          ଜୀବନ ଦୁଃଖରେ ସୁଖ ଘିଅ ଦେଉ ଦାନ


ନିଜକୁ ଏ ବୈଶାଖରେ କଲି ସମର୍ପଣ

ମୋତେ ଟିକେ ଦେଖେଇଦେ ତୋ ଶ୍ରୀଚରଣ


          ଚତୁର୍ଦ୍ଦଶୀ ଦିନରେ ମୁଁ କଲି ତୋର ପୂଜା

          ହୃଦୟ କନାରେ ତୋତେ ଦେଲି ଏହି ଧ୍ଵଜା 


ପାପ ଭାର ବଢିଲାନି ମୋତେ ରକ୍ଷାକର

ନିୟମ ଦାଣ୍ଡରେ ବୁଲେ ତୋର ସୁଦର୍ଶନ


           ମୋ ପାପକୁ ଦଣ୍ଡ ଦେଇ ରଖିବା ତୋ କାମ

           ପୁନଜହ୍ମ ହୋଇବ ପୁଣି ହେବ ସତ୍ କର୍ମ 


ଜୁଇରୁ ଶ୍ମଶାନ ଯାଏଁ ତୋ ନାମ ଜପୁଥିବି

କର କମଳରେ ତତେ ସଦା ଦେଖୁଥିବି


             ମୁହିଁ କ୍ଷୁଦ୍ର କୀଟ ଆଜି କରୁଛି ପ୍ରଣାମ

             ପାପ ପୁଣ୍ୟ ତରାଜୁରେ ରହିଯାଉ ପ୍ରାଣ


 ବଞ୍ଚି ରହେ ମୋ ଜୀବନ କାଳରେ ଏ ଦିନ

 ବାସ୍ତବ ରୁ ଅବାସ୍ତବ ଆସେ ପ୍ରତି କ୍ଷଣ 


           ତୁହିଁ ମୋର ପିତା ମାତା ତୁ ଯେ ମୋର ଗୁରୁ

          ହାତ ଟେକିଦେଲି ଅଜି ବଞ୍ଚା ଏ ଭବ ସାଗରୁ


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍