ବଦଳୁଛି କାଳଚକ୍ର
ବଦଳୁଛି କାଳଚକ୍ର
ତରଳୁଛି ହିମବାହ ମେରୁସ୍ଥଳ ପର୍ବତ ଶିଖରେ
ବହୁଛି ପ୍ରଖର ସ୍ରୋତ ଫାଟୁଛି ବାଦଲ
ବଦଳୁଛି କାଳଚକ୍ର ଭଉଁରୀରେ ଉବୁଟୁବୁ ବୁଡି
ଜୀବନ ସଙ୍କଟାପନ୍ନ ହୁଏ କଲବଲ ।
ବଦଳୁଛି ସମାଜର ଦୃଶ୍ଯପଟ ମଣିଷର ମନ
ବୁଝୁନାହିଁ ପାପପୁଣ୍ୟ ସତ୍ଯ ଧର୍ମ କର୍ମ
ଅତି ଆଧୁନିକ ଭାବି କରିଯାଏ ଯେତେ ଅବିଚାର
ଘଡି ଘଡି ବଦଳାଏ ବହୁରୂପୀ ରଙ୍ଗ ।
ଅନାୟାସେ ଏ ମଣିଷ ଖୋଜୁଛି ଅୟସ ସୁଖ
ମରି ମରି ଯାଏ ତାର ମଣିଷପଣିଆ
ହେଉଛି ଶୁଷ୍କ ନିଶେଷ ମମତା ସୋହାଗ ସ୍ନେହ
ମୁଖାପିନ୍ଧି ଜାଳେ ପ୍ରେମ ହୃଦେ ରଡ ନିଆଁ ।
ହତଶିରୀ ସବୁଜିମା ନଷ୍ଟଭ୍ରଷ୍ଟ ମାଟି ଉର୍ବରତା
ବିଷ ପ୍ରଦୂଷଣେ ସଢି ଜୀବନ ଅତିଷ୍ଠ
ଘାରେ ଦୁଃଖ ଅବସାଦ ମାରାତ୍ମକ ମହାମାରୀ ରୋଗ
ଉଦ୍ଧର ବିନାଶ ପଥୁ ପ୍ରଭୁ ଜଗନ୍ନାଥ ।

