STORYMIRROR

Gobinda Chandra Sethi

Horror Tragedy

4.7  

Gobinda Chandra Sethi

Horror Tragedy

ଜଳ ପ୍ରଳୟ

ଜଳ ପ୍ରଳୟ

1 min
39


ମୌସୁମୀ ବଳୟ ଆଜି ଆକାଶେ 

        ସଂସାରକୁ ଲାଗେ ସତରେ ଗ୍ରାସେ ।

କରୁଛି ବ୍ରହ୍ମାଣ୍ଡେ ମହା ପ୍ରଳୟ 

           ଜନ ସମାଜକୁ କରେ ଅଥୟ ।

ବାଦଲ ଫାଟୁଛି ଘଡିକି ଘଡି 

          ସଂସାରେ ଦେଉଛି ସବୁ ଉଜାଡି।

ଜଳ ପ୍ରଳୟରେ ଡୁବେ ସଂସାର 

            ଦିଶୁନାହିଁ ଆଉ ଘର ଦୁଆର ।

ଭୁଶୁଡି ପାହାଡ଼ ଉଜୁଡେ ଘର 

          ଭାସିଯାଏ ଆମ ସୁନା ସଂସାର ।

ଜଳ ପ୍ରହାରରେ ସବୁ ବିଛିନ୍ନ 

           ଭୂତଳେ ଜୀବନ ହୁଅଇ ଲୀନ ।

ଗାଆଁ ଗଣ୍ଡା ଆଜି ଶ୍ମଶାନ ଭୂଇଁ 

         କାନ୍ଦିବାକୁ ଘରେ କେହି ତ ନାହିଁ ।

ପ୍ରକୃତି ତାଣ୍ଡବ ମହା ପ୍ରଳୟ 

            ଥରୁଛି ବ୍ରହ୍ମାଣ୍ଡ ଲାଗଇ ଭୟ ।

ଲାଗେ ଜଳମୟ ହେବ ବ୍ରହ୍ମାଣ୍ଡ 

            ସ୍ଥଳ ଭାଗ ହୁଏ ଖଣ୍ଡ ବିଖଣ୍ଡ ।

ୱାଇନାଡ ଆଜି ତାର ଦୃଷ୍ଟାନ୍ତ 

           ଭରିଛି ହୃଦୟେ ଭାରି ଅଶାନ୍ତ ।

ହଜୁଛି ପ୍ରକୃତି ବରଷା ଖେଳେ 

           ସବୁ ଜଳମଗ୍ନ ତାହାର ବଳେ ।

ବରଷା ଆସିଲେ ଲାଗୁଛି ଡର 

      &n

bsp;    ପ୍ରହାର ଉପରେ ଦିଏ ପ୍ରହାର ।

ବିରହ ବେଦନା ଦିଏ ବରଷା 

         ମନରେ ଭରିଛି କେତେ ନିରାଶା ।

ବରଷା କରୁଛି ଜଳ ପ୍ରଳୟ 

          ହେଉଛନ୍ତି ଏବେ ସର୍ବେ ବିଲୟ ।

ହଜୁଛି ବରଷା ପ୍ରେମ ବନ୍ଧନ 

           ହୋଇଛି ପାଖରୁ ସବୁ ବିଛିନ୍ନ ।

କାନ୍ଦୁଛି ଜଗତେ ଜୀବ ଜଗତ 

           ଦେଖୁନୁ ବରଷା ଜଗତେ ହିତ ।

ରଚୁନାହିଁ ଆଉ ପ୍ରେମ କାହାଣୀ 

           ପାରୁ ନାହିଁ କାହା ମନଙ୍କୁ କିଣି ।

ଦେଉଛି ସହସ୍ର ଜୀବନ ହାଣି 

         ବାଛ ବିଚାର ସେ ନ ପାରେ ଜାଣି ।

ଆବାଳ ବୃଦ୍ଧ ଓ ବନିତା ଆଣି 

           ଜଳ ସମାଧି ସେ ଦେଉଛି ପୁଣି ।

ଦେଖିଲେ ଲାଗୁଛି ଭାରି ଚକିତ 

          ଗାଉ ନାହିଁ କେହି ବରଷା ଗୀତ ।

ହଜିଲାଣି ଆଜି ଜନତା ଜ୍ଞାନ 

            ମାନୁ ନାହିଁ ଆଜି ଜ୍ଞାନ ବିଜ୍ଞାନ ।

ନେଉଥିବା ଯଦି ପ୍ରକୃତି ଯତ୍ନ 

           ଦେଉଥିବ ଆମେ ଅନେକ ରତ୍ନ ।

ହସିବ ସଂସାର ଘଡିକି ଘଡି 

              ପ୍ରକୃତି ରଖିବ ସବୁ ସଜାଡି ।



Rate this content
Log in

Similar oriya poem from Horror