ପର୍ଶୁରାମ ଭେଟ
ପର୍ଶୁରାମ ଭେଟ
ଜନକ ଙ୍କ ପାଶେ ମେଲାଣି ମାଗିଲେ
ଯିବା ପାଇଁ ନିଜ ଦେଶ
ଅଯୋଧ୍ୟା ରାଜନ ଦେଖି ଶୁଭ କ୍ଷଣ
ଚଳିଲେ ଆପଣା ବାସ ସେ । ଘେନି
ଚାରିପୁତ୍ର ପୁତ୍ର ବଧୂ ସାଥେ । ସେ
ବହୁ ସୈନ୍ୟ ସାମନ୍ତ ସହିତେ ।ସେ
ତହୁଁ ଚଳିଲେ ଆପଣା ପଥେ । ସେ
ଆନନ୍ଦ ମନରେ ହସ କୌତୁକରେ
ପୁତ୍ର ପୁତ୍ର ବଧୂ ମେଳେ
ରାଜା ଦଶରଥ ଦିଶନ୍ତି ସନ୍ତୋଷ
ସହସା ଡାକି ଏକଳେ । ହେ ରାଜା ।
ରହ ରହ କ୍ଷଣେ ରେ ପାମର ରେ
ବାଦ୍ୟ ନାଦ କରୁ ଘୋର ତର ରେ
ପୁରିଲାଣି ଆଜି କାଳ ତୋର ରେ ।
ପ୍ରଚଣ୍ଡ କ୍ରୋଧାଗ୍ନି ଜାଳେ ଜମଦଗ୍ନି
ସୁତ ପ୍ରଖର ଗତିରେ
ରହ ରହ କାହିଁ ଯାଉ ଆରେ ଚୋର
ଡକା ପାଡ଼ି ଅଗ୍ର ତରେ । ସେ ହେଲେ
ଉପସ୍ଥିତ ସଘନେ ତୁରିତ । ଯେ
କମ୍ଫୁ ଥାନ୍ତି ରୋଗୀ ପ୍ରାୟେ ସେତ ଯେ
ଛତ୍ର ଭଙ୍ଗ ସସୈନ୍ୟ ତୁରିତ ଯେ ।
ଦିଅନ୍ତେ କୌସିକ ବହନ ଉଦନ୍ତ
ଭାଷୀତେ ରାଜା ଏ କ୍ଷଣେ
ଯମ ଦଗ୍ନି ସୁତ ଭୀଷଣ କୋପିତ
ଆସୁ ଛନ୍ତି ବିନାସନେ । ସେ ରାମ
କ୍ରୋଧାନଳେ ଜଳି ଭାଷୀ ବାଣୀ ସେ
ଆରେ ଆରେ , ପର୍ସୁ ରାମ ମୁନି ଯେ
ଉଚ୍ଚ ସ୍ଵରେ କରି ଘୋର ଧ୍ଵନି । ସେ ।
କୋପେ ରାମ ବାଣୀ ଭାଷନ୍ତି ତକ୍ଷଣୀ
ଆରେ ମାତୃ ଭାତ୍ରୁ ହନ୍ତା
ଅକାରଣେ ଆଜ ରେ ଭାଣ୍ଡ ନିର୍ଲଜ
ଦେଖାଇ ହେଉ ଅହନ୍ତା । ରେ। ଆଜ
ରାମ ବାଣୀ ପର୍ଶୁ ରାମ ମୁନି ଯେ
ଗାତ୍ରେ ବିଦ୍ଧ ଯେସନେ ଅଶନୀ । ସେ
ତୀବ୍ରତର କଲା କୋପ ବହ୍ନି ଯେ ।
ଆରେ ରେ ପାମର ରଡି ଘୋର ତର
ପ୍ରବେଶ ରାମ ଅଗ୍ରତ
ରଣ ଇଛି ବେଗେ ଶ୍ରୀ ରାମ ଙ୍କ ଆଗେ
ବୋଇଲେ ବାଣୀ ତୁରିତ । ସେ ରାମ ।
ବିନାଶ ରେ ବିନାଶ ରେ ଆଜ ରେ
କଣାସ ର ଶିଲି ଗତ ହେଜ ରେ ।
ଧନୁ ଧୃତ ନକରି ପହଜ ରେ ।
ପର୍ଶୁଧର କ୍ରୋଧ ଅଗ୍ନି ପ୍ରଶମନ
ଅର୍ଥେ ପ୍ରିୟ ସମ୍ଭାଷଣ
ମୃଦୁ ମଧୁ ସ୍ୱରେ ଭାଷିଲେ ଉତ୍ତରେ
ସୁସ୍ନିଗ୍ଧ ବାରି ସେଚନ । ଯେ ରାମ
ଆହେ , ପୂଜନୀୟ ଗୁରୁଜନ ହେ
କୁହ ତୁମ କିସ ପ୍ରୟୋଜନ ହେ ।
କେଉଁ ଲକ୍ଷ୍ୟେ ତବ ଆଗମନ ହେ ।
ଭାଷୀ ରେଣୁ କେୟ ତୁ କିରେ ଅଜେୟ
ଭାଙ୍ଗି ଅଛୁ ଶିବ ଚାପ
ଯଦି ଭାଙ୍ଗି ଅଛୁ ସେ ଧନୁ ମୋହର
ଏ ଧନୁରେ ଚଲା ଚାପ । ରେ ରାମ
ବୋଲି କହି ରାମ ବାମ କରେ। ସେ
ସମର୍ପିଲେ ଧନୁ କୁ ସତ୍ୱରେ । ଯେ
ଧରି ହରି ନେଲେ ତେଜ ଖରେ ସେ ।
ତେଜ ହୀନ ଅଙ୍ଗ ହୁଅନ୍ତେ ସେଭଙ୍ଗ
ଦେଲେ ତତକ୍ଷଣ ରଣ
ବିଷ୍ଣୁ ତେଜ ହରି ବୈକୁଣ୍ଠ ବିହାରୀ
ଜିଣିଲେ ତାହାଙ୍କୁ ରାମ । ଯେ ରାମ
ଭାଷିଲେ ସେ କାହିଁ ବିନ୍ଧୁ ବାଣ ଯେ
ସେ ବୋଇଲେ ମୋ ଦୁଷ୍କୃତ ହାଣ ଯେ ।
ତହୁଁ ଶରେ ଛେଦି ପାପ ମାନ । ଯେ ।