STORYMIRROR

Satyanarayan Sahoo

Horror Action Classics

3  

Satyanarayan Sahoo

Horror Action Classics

ଶୀତ ଦିନର ସମୟ

ଶୀତ ଦିନର ସମୟ

1 min
167


ଶୀତ ଦିନ ର ସମୟ

ମାଡି ମାଡ଼ି ଯାଏ ଶୀତୁଆ ପବନ

ଅପଘନ ଘନ ଘନ

କମ୍ପାଇ ଶିହରୀ ଶୀତ ଲାଗେ ଭାରି

ବଢି ଚାଲେ ଦିନୁ ଦିନ ।

ଅଙ୍ଗ ଅବୟବ ଦମ୍ଭ ଓ ଗରଵ

ଭାଙ୍ଗି ଦିଏ ଜାଡ ମାଡ଼

ଶୀତଳ ହାତର ପରଶ ଭୀଷଣ

ଛୁଇଁ ଦେଲେ କମ୍ଫି ହାଡ ।

ଅସହ୍ୟ ପୀଡ଼ା ରେ ରହି ଥାଉ ଘରେ

କନ୍ଥା ଓ କମ୍ବଳ ଘୋଡି 

ପଦାକୁ ବାହାର ଜାଡ ର ପ୍ରହାର

ଘାତେ , ହୁଏ ନାହିଁ ଉଠି ।

ଥୁରୁ ଥୂରୁ ଥରେ ଜାଡ ଆଘାତ ରେ

ଦେହ ମନ ଜଡ଼ ସଡ

କାକର ପାତରେ ଫୁଙ୍ଗୁଳା ଦେହରେ

ହାଡ ହୁଏ ନଡ ମଡ ।

କାମ ଦାମ କିବା ଖେଳିବା ବୁଲିବା

କିଛି କରି ହୁଏ ନାହିଁ

ନିଆଁ , ଆଉ ଖରା ପୁଇଁବା ରେ ସାରା

ସମୟ ସରି ଯାଅଇ ।



Rate this content
Log in

Similar oriya poem from Horror