ବିଶୃଙ୍ଖଳା ଭାଙ୍ଗି ଦିଏ ସମାଜ
ବିଶୃଙ୍ଖଳା ଭାଙ୍ଗି ଦିଏ ସମାଜ
ବିଶୃଙ୍ଖଳା ଭାଙ୍ଗି ଦିଏ ସମାଜ
ବିରଚେ ବିପୁଳ ଅନୀତି କାର୍ଯ୍ୟ ।
ବିଭ୍ରାଟ ଘଟାଏ ଜନ ଜୀବନେ
ବିରଚେ ଆତଙ୍କ ନୀରିହ ମନେ ।
ବର୍ବରତା, ହିଂସା, ଦ୍ୱେଷ ପ୍ରଭୃତି
ବିପୁଳ ବିକୃତି ସରଜେ ନିତି ।
ବଢ଼ାଇ ଚାଲଇ ସେହି ଅଶାନ୍ତି
ବଢ଼େ ଜନ ମନେ ବହୁ ବିଭ୍ରାନ୍ତି ।
ବନ୍ଧୁତ୍ବକୁ ଭାଙ୍ଗି ରୁଜି ପକାଏ
ବୋକାମୀ ଓ ଭ୍ରଷ୍ଟାଚାର ଜନ୍ମ।ଏ ।
ବଡ ମାନଙ୍କୁ ଦେଖି କି ସାନ ଏ
ବଢାନ୍ତି ଶିଖି କି ମନ୍ଦ ଗୁଣରେ ।
ବହୁ ଅଭିନୟ ଆରମ୍ଭ କରି
ବିଷମ ସମସ୍ୟା ସମାଜେ ଭରି ।
ବଡ ହନ୍ତସନ୍ତ କରି ଚାଲନ୍ତି
ବହୁ ବିଦ୍ଧ କ୍ଳେଶ, ଶୋକ ସୃଜନ୍ତି ।
ବଢ଼ାଇ ଅନିଷ୍ଟ ଚିନ୍ତା ଚେତନା
ବିଶୃଙ୍କଳ କାର୍ଯ୍ୟ, ପାଇଁ ଭାବନା ।
ବ୍ୟବସ୍ଥା ବିଧି, ଓ ବିଧାନ ପାଳି
ବଡ ଅନାଟନ ଥାନ୍ତି ଘଟାଇ ।
ବାଧ୍ୟ ହୋଇ ମନ୍ଦ କାର୍ଯ୍ୟ କରନ୍ତି
ବାଧା ବିଘ୍ନ ଦୁର୍ବିପାକ ଅଶାନ୍ତି ।
ବହୁଳ ଭାବରେ ହୁଏ ଆଦୃତ
ବୋହି ଈର୍ଷା ଘୃଣା ଲୋଭ ଶାସିତ ।
ବଢ଼ାଇ ଦିଅନ୍ତି ବିକ୍ଷୋଭ ନିତି
ବିକ୍ଷୋଭିତ ରୋଷ ବହ୍ନି ଅନୀତି ।
ବିତଣ୍ଡା, ଦୁର୍ନୀତି, ଦାବୀ ବଢ଼ାଇ
ବିଧିତ୍ସା ବିଧ୍ୱଂସ ସାଧନ କରି ।
ବିଦ୍ୱେଷ ବିଦାହୀ କରେ ସମାଜ
ବ୍ୟବସ୍ଥା ବିହୁନେ ଉପୁଜେ ଲାଜ ।
ବିଦୀର୍ଣ୍ଣ ହୁଅଇ ସାଧୁ ହୃଦୟ
ବିବେକ ଅଚିରେ ଘେନେ ବିଦାୟ ।
ବିସଙ୍କମାନ ମନ ହୁଏ ସବୁରି
ବିବ୍ରତରେ ଜନେ ହୁଅନ୍ତି ଘାରି ।
ବିଭୀଷିକା କମ୍ପେ କାତର ସର୍ବେ
ବିଶ୍ୱାସ ଘାତତା ବେମାନୀ ମାଡେ ।
ବିଚାର ଚିନ୍ତା ଓ ବୁଦ୍ଧି ବିଧ୍ୱସ୍ତ
ବେଡି ବିହୀନରେ ହୁଅଇ ଧ୍ବସ୍ତ ।
ବ୍ୟୟୀତ ହୁଅଇ ଅଯଥା ଶ୍ରମ
ବ୍ୟସନ ବଢିଲେ ବ୍ୟକ୍ତିତ୍ବ ହୀନ
ବୁଦ୍ଧି ବୃତ୍ତି ନିତି ନିତି କଷଣ ।
ବଢ଼ାଇ ଅନିଷ୍ଟ ସାଧିତ କରି
ବହୁ ଶୀଘ୍ର ଦିଏ ସମାଜ ଭାଙ୍ଗି ।

