ହେ ଭୋଳାଶଙ୍କର
ହେ ଭୋଳାଶଙ୍କର
ହେ ଭୋଳାଶଙ୍କର କିଛି ମାଗିବାକୁ
ତୁଣ୍ଡ ପାରୁ ନାହିଁ ଖୋଲି
ଲାଗେ ଭାରି ଭୟ କାଳେ କୋପେ ଦେବୁ
ଦୁଃଖ ଦରିଆକୁ ଠେଲି।
ଆହେ ଆଶୁତୋଷ ଦୂରୁ ଦଣ୍ଡବତ
ପାଖକୁ ପାରୁନି ଯାଇ
ବୋଝେ ଦୁଃଖ ବୋହି ଦୁନିଆଁ ଦାଣ୍ଡରେ
ବୁଲେ ହୀନିମାନୀ ହୋଇ।
ଅମଙ୍ଗଳ ହାତେ ପୂଜିବାକୁ ତୋତେ
କେମିତି ପାରିବି ଯାଇ
ଲକ୍ଷ୍ମଣ ରେଖା ତ ଟାଣି ଦେଇ ଅଛୁ
ପାରୁ ନାହିଁ ଆଉ ଡେଇଁ।
ଭାବ ଭକତିରେ ଲୁହରେ ଦୀପାଳି
ତୋ ଉଦ୍ଦେଶ୍ଯେ ଜାଳି ଦେଇ
କରୁଣାର ବାରି ବରଷିବୁ ବୋଲି
ରହିଲି ମୁଁ ଆଶା ନେଇ।

