STORYMIRROR

LALIT MOHAN DASH

Horror Classics Inspirational

3  

LALIT MOHAN DASH

Horror Classics Inspirational

ହେ ଭୋଳାଶଙ୍କର

ହେ ଭୋଳାଶଙ୍କର

1 min
145

   ହେ ଭୋଳାଶଙ୍କର କିଛି ମାଗିବାକୁ 

     ତୁଣ୍ଡ ପାରୁ ନାହିଁ ଖୋଲି 

  ଲାଗେ ଭାରି ଭୟ କାଳେ କୋପେ ଦେବୁ

      ଦୁଃଖ ଦରିଆକୁ ଠେଲି।


  ଆହେ ଆଶୁତୋଷ ଦୂରୁ ଦଣ୍ଡବତ 

      ପାଖକୁ ପାରୁନି ଯାଇ

  ବୋଝେ ଦୁଃଖ ବୋହି ଦୁନିଆଁ ଦାଣ୍ଡରେ 

      ବୁଲେ ହୀନିମାନୀ ହୋଇ। 


  ଅମଙ୍ଗଳ ହାତେ ପୂଜିବାକୁ ତୋତେ

      କେମିତି ପାରିବି ଯାଇ 

  ଲକ୍ଷ୍ମଣ ରେଖା ତ ଟାଣି ଦେଇ ଅଛୁ 

      ପାରୁ ନାହିଁ ଆଉ ଡେଇଁ। 


  ଭାବ ଭକତିରେ ଲୁହରେ ଦୀପାଳି

     ତୋ ଉଦ୍ଦେଶ୍ଯେ ଜାଳି ଦେଇ 

  କରୁଣାର ବାରି ବରଷିବୁ ବୋଲି 

      ରହିଲି ମୁଁ ଆଶା ନେଇ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror