Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashok Kumar Nayak

Horror

3  

Ashok Kumar Nayak

Horror

ଏଲିଏନ

ଏଲିଏନ

1 min
202


ବିଶାଳ ଜଗତ ସର୍ଜିଲେ ଈଶ୍ୱର,

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଶୂନ୍ୟ ଅମ୍ବର l


ସୌର ପରିବାର ରବି ନବଗ୍ରହ,

ଉପଗ୍ରହାଦିରେ ହୋଇଅଛି ଥୟ l


ପୃଥିବୀ ପୃଷ୍ଠରେ ଜୀବ ଅବସ୍ଥିତି,

ମଙ୍ଗଳେ ସୂଚନା ଜୀବର ସଂସ୍ଥିତି l


ରହସ୍ୟ ଭେଦିବା ନର ଚେଷ୍ଟାରତ,

ସୀମିତ ଜ୍ଞାନ ଯେ ସାଗର ବ୍ୟାପତ l


ବିଭିନ୍ନ ଲୋକ ମଣ୍ଡଳେ ରହି ସତ୍ୟ,

ଦେବ ଯକ୍ଷ ରକ୍ଷ ଅଶରୀରୀ ତତ୍ତ୍ୱ l


ଅବିନାଶୀ ଆତ୍ମା ଭ୍ରମେ ଗ୍ରହାନ୍ତର,

ଭୁବ ଲୋକେ ଅନ୍ତରୀକ୍ଷେ ସମ୍ରାଜ୍ୟର l


ପୃଥ୍ଵୀ ପ୍ରତି ମାୟା ତାଙ୍କ ଅସରନ୍ତି,

ପାଇଲେ ସୁଯୋଗ ଓହ୍ଲାଇ ଆସନ୍ତି l


ଦେଖନ୍ତି ସବୁ ଯେ ସୂକ୍ଷ୍ମ ସ୍ୱରୂପରେ,

ଅଦୃଶ୍ୟ ଦୃଶ୍ୟ ନିଜେ ନୁହେଁ ଅପରେ l


ୟାଙ୍କୁ ଧରି ଛୁଇଁ ବାନ୍ଧି ହୁଏ ନାହିଁ,

ଛାୟା ସମ ବେଳେ କାୟା ଦୃଶ୍ୟ ଥାଇ l


କାଷ୍ଠ ଲୌହ ପାଷାଣ ପ୍ଲାଷ୍ଟିକ ଭେଦି,

ସାତ ତାଲା ଗୃହେ ସେ ଅନ୍ତରଭେଦୀ l


ଭିନ୍ନ ଭିନ୍ନ ବେଶେ ପାରନ୍ତି ଧାରଣ,

ଭାଗ୍ୟ ଥିଲେ ୟାଙ୍କୁ ମିଳଇ ଦର୍ଶନ l


ଶତ୍ରୁ ନୁହେଁ ସେହି ଭୟ କରୁନାହିଁ,

ଅନ୍ୟ ଗ୍ରହବାସୀ ଏଲିଏନ ସେହି l


କୌତୂହଳେ କ'ଣ ଏଠାକୁ ଆସିଣ,

ଆସିବା ୟାଙ୍କର ନୁହେଁ ଅକାରଣ l


ପ୍ରତ୍ୟକ୍ଷ ଘଟିଥାଏ ତ ଦିବସରେ,

ଘନକୁହୁଡ଼ି ଆଚ୍ଛନ୍ନ ବାହାରେ l


ଘନକୁହୁଡ଼ିଭରା ପରିବେଶର, 

ନଡ଼ିଆଗଛୁ ବାହାରି ଉଡ଼ିବାର l


ପିଲାଏ ଦେଖନ୍ତି ଦୃଶ୍ୟ ଆଚମ୍ବିତ,

ପାଟି କରି ଡାକ ସଭିଙ୍କୁ ତ୍ୱରିତ l



Rate this content
Log in

Similar oriya poem from Horror