STORYMIRROR

Sunanda Mohanty

Horror Thriller Others

4  

Sunanda Mohanty

Horror Thriller Others

ସନ୍ତ୍ରାସବାଦୀ 

ସନ୍ତ୍ରାସବାଦୀ 

1 min
227


ଜାତି ଗୋତ୍ର ଉର୍ଦ୍ଧରେ 
ମାନବବାଦ ବ୍ୟତିରେ 
ମନୁଷ୍ୟତାହୀନ କର୍ତ୍ତବ୍ୟ 
ନିନ୍ଦନୀୟ ତଥା ଧର୍ତ୍ତବ୍ୟ 
କାହାର ପୁଅ କାହାର ଭାଇ 
କାହାର ବନ୍ଧୁ କାହାର ଜୋଇଁ 
ହୀନମନ୍ୟତା ଛାଡି ଦେଇ 
ସଂସ୍କୃତି ସଂହତି ରକ୍ଷାକାର ତୁହି 
ତୋ କର୍ତ୍ତବ୍ୟ କର୍ମ ଆପଣେଇ 
ଶାନ୍ତି ପ୍ରୀତି ମୈତ୍ରୀ ଭାବନେଇ 
ବନ୍ଦେ ମୋ ଭାଷା ଜନ୍ମଭୂଇଁ କହି 
ବଢ଼େଇ ଭାଇଚାରା ପ୍ରୀତି ମୈତ୍ରୀ 
ହେଇଯା ସଭିଙ୍କ ଭାଇ 
ଶୁଭୁ ଖାଲି ଗୋଟିଏ କଥା 
ମଣିଷର ଜାତୀୟତା 
ଜୟ ଯବାନ ଜୟ କିଷାନ କହି 
ଦେଶ ଓ ଜାତିର ସୁରକ୍ଷା ପାଇଁ 
ଆଜୀବନ ନିଜ ସୀମା ଭିତରେ ରହି 
ଓଠରୁ ହସ ଝରୁ 
ହୃଦୟୁ ମହୁ ଝରୁ 
ଅନ୍ୟ ଆଖିରେ ଲୁହ ନଦେଇ 
ବରଂ ଆଖିରୁ ଲୁହ ପୋଛିଦେଇ 
ମଣିଷ ତୁ ଯୋଉଠାର ହୁଅ ଭାଇ 
ଜାତି ଧର୍ମ ନିର୍ବିଘ୍ନରେ ମଣିଷପଣିଆ 
ଦେଖାଇଦେ ତୋ ହୃଦୟ ମନ୍ଦିରେ 
ସାରସ୍ୱତ ସମ୍ଭାବନା ନେଇ 
ମୃତ୍ୟୁ ନିଶ୍ଚୟ ଆସିବ 
ଆମେ ନିଜେ ମରି ଅନ୍ୟକୁ ମାରି 
ପାପରେ ଭାଗି ହେବା କାହିଁ 
ମଣିଷ ଜୀଵନ ଆଉଥରେ କି ପାଇ


Rate this content
Log in

Similar oriya poem from Horror