ମିଛ କହିଲାଣି ସତ ଦର୍ପଣ
ମିଛ କହିଲାଣି ସତ ଦର୍ପଣ
ନିଃଶ୍ୱାସକୁ ଏବେ ପାଉନି ବିଶ୍ବାସ
ମିଛ କହିଲାଣି ସତ ଦର୍ପଣ
ଦମ୍ଭ ଅହଂକାର ବୃଥା ଅଭିମାନେ
ଜଳୁଛି ହୃଦୟ କୁହୁଳେ ମନ ।
ଫାଟିଲେ ସିନ୍ଦୂରା ଘୋଟୁଛି ଅନ୍ଧାର
ସବୁଜ ପୃଥିବୀ ବିଷ ବଳୟ
ଚରିଯାଏ ବାଡ ଫସଲ କ୍ଷେତକୁ
ପ୍ରଦୂଷଣେ ସଢେ ଜୀବନେ ଭୟ ।
ହଜିଯାଏ ଶାନ୍ତି ଆଶା ସୁବିଶ୍ବାସ
ମଧୁର ମମତା ପୀରତି ପ୍ରେମ
ଶିକ୍ଷା ସ୍ବାସ୍ଥ୍ୟ ନୀତି ପୂର୍ଣ୍ଣ ଭ୍ରଷ୍ଟାଚାରେ
ସୁଖ ସାତ ସ୍ବପ୍ନ ଜୀବନ ପୂଣ୍ଯ ।
ବୈକୁଣ୍ଠ ସମାନ ଘର ପରିବାରେ
ନରକ ଯନ୍ତ୍ରଣା କଳହ ଦ୍ବନ୍ଦ୍ବ
ବୃଦ୍ଧ ମାତାପିତା ବନ୍ଧୁ ପରିଜନ
ସଂସାରେ ଅଲୋଡା କପାଳ ମନ୍ଦ ।
ଚାଲଇ ଭଣ୍ଡାମୀ ଆଖିଠାରେ ଧର୍ମ
ସେବାର ନାମରେ ଚାଲେ ବ୍ଯାପାର
ବଢେ ବ୍ଯଭୀଚାର ଅନ୍ଯାୟ ଦୁର୍ନୀତି
ଦୁରାଚାରୀ ହସ୍ତେ ଶାସନ ଡୋର ।
ଅସହ୍ଯ ଲାଗଇ ଜୀବନ ଯନ୍ତ୍ରଣା
ଆପଣା ଛାଇକୁ ପରତେ ନାହିଁ
ଅକାରଣ ବୃତ୍ତି ହରେ ଆଜୀବିକା
ନୀରବ ଈଶ୍ୱର ଅଛ କିମ୍ପାଇଁ ।

