STORYMIRROR

PRABINA KU, KHADANGA

Horror

4  

PRABINA KU, KHADANGA

Horror

ଓମିକ୍ରନ ବିଭୀଷିକା

ଓମିକ୍ରନ ବିଭୀଷିକା

1 min
291

କର୍ମଫଳ ଯେବେ ଭୋଗିବା ସମୟ ଆସେ ।

ଅଟକେଇ ଦେବୁ ରେ ମୁଢ ମାନଵ, 

ସାଧ୍ୟ ଅଛି କି ତୋ ପାଶେ ?  ।।

ବନ୍ଧା ତୁହିଁ କାଳ ଫାସେ ।।     (1)          


ପ୍ରକୃତିର ଏହି ବିଭୀଷିକା ମୟ କାଣ୍ଡ  ।

ଦୁଷ୍ଟ ଅମାନିଆ ସନ୍ତାନକୁ ଯେହ୍ନେ

ଜନନୀ ଦିଅଇ ଦଣ୍ଡ  ।।

ଶାସନ ତାର ପ୍ରଚଣ୍ଡ  ।।        (2)


କ୍ଷୁବ୍ଧ ପ୍ରକୃତିର କ୍ଷୋଭରୁ ଜାତ ହୋଇ ।

ନର ପ୍ରାଣହନ୍ତା ଅସରିରୀ ଗଣ  

ଘୁରୁଛନ୍ତି ଛାଇ ହୋଇ ।।

ଓମିକ୍ରନ ନାମକୁ ବହି   ।।       (3)    


କ୍ଷୁଦ୍ର ରସନାକୁ ତୃପ୍ତି କରିବା ପାଇଁ ।

ଅବୋଧ ପଶୁଙ୍କୁ ଅବାଧ ହତ୍ୟା 

କରୁଛୁ ମନୁଷ୍ୟ ତୁହିଁ ।।

ବିବେକବାନ ତୁ ହୋଇ ।।      (4)  


ଅପରକୁ ଯେବେ ଦେବୁ ଅପାର କଷଣ  ।

ପ୍ରତିକ୍ରିୟା ରୂପେ ଶତ ଗୁଣେ ପୀଡା

ନିଶ୍ଚିତ ପାଇବୁ ଜାଣ ।।

ଅକାଟ୍ୟ ଏହି ବିଧାନ  ।।        (5)


ପାପ କଳସୀ ଯାହା ଯାଇଛି ପୂର୍ଣ୍ଣ ହୋଇ ।

ସବୁ ହିସାବକୁ ତୁଟାଇ ଦେବାକୁ 

ଓମିକ୍ରନ ଆସିଛି ଭାଇ ।।

ମୃତ୍ୟୁ ଉପହାର ନେଇ ।।        (6)


କେ ରଖିପାରିବ ବାଛି ବାଛି ନେବ ।

ହିସାବ ତୁଟିଛି ଜାର ।।

ପ୍ରାରବ୍ଧ ହାଜର ଜୀବନ ଦୁଆରେ 

କରାଘାତ କରେ  ଜାଣ  ।।      

ସମୟ ତ ବଳବାନ   ।।     (7)


Rate this content
Log in

Similar oriya poem from Horror