Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Rajib Lochan Panigrahy

Horror Tragedy Thriller

3  

Dr. Rajib Lochan Panigrahy

Horror Tragedy Thriller

ରହସ୍ୟ

ରହସ୍ୟ

1 min
148


ଦୁନିଆରେ ଅନେକ କଥା

ରହିଯାଏ ଅଜଣା

ଅନେକ ଅଜଣା ଲାଗେ ଜଣା

ଅନେକ ଜଣା ଲାଗେ ଅଜଣା 

ଯାହା ନାଁ ଅଟଇ ରହସ୍ୟ |

ମଣିଷ ବଞ୍ଚେ ଏମିତି

ସତେ ସବୁ ଜାଣିଛି ଯେମିତି

କେତେ ଘଟଣା ଘଟେ

ଜାଣତରେ ଯାହା

ଘଟିଲା କେମିତି l

କେତେ କଥା ଘଟେ

ଜାଣିଶୁଣି ଯାହା

ରହେ ଅଜଣା ହୋଇ

ଅନେକ ଘଟଣା ଘଟାଏ l

ଫଳା ଫଳ ଜାଣିଲେ ବି

ଜାଣି ହୁଏନି ଘଟିଲା କେମିତି

କିଏ କଲା କାହିଁକି ଏମିତି

କରିଲା ଲୋକ ଚାହିଁଛି

ଜାଣି ପାରନ୍ତିନି କେହି l

ରହସ୍ୟ ହୋଇ ରହିଛି ଯେମିତି

ଆଜିର ଦୁନିଆରେ

ରାଜନୀତି ଧନ ଓ

ଗୁଣ୍ଡାରାଜ ଚାଲିଛି ଯେମିତି l

ଅନେକ ଘଟଣା ସରକାର

ଜାଣିଲେବି ସାଧରଣେ

ରହସ୍ୟ ହୋଇ ରହେ ସେମିତି

ସାଧାରଣ ଜନତା ଟେ l

ସମାଜରେ ଚଳିବା ଟା

କାଠିକର ପାଠ ଯେମିତି

ଯଦି କିଛି ଘଟିଯାଏ ଅଘଟଣ

ରହିବାକୁ ନିରୀହ ନିର୍ବିକାର ହୋଇ l

ଧନ ବଳ ଜନବଳ ନଥିଲେ

ରାଜନୀତି କରି ନ ପାରିଲେ

କଥାଟା ରହେ ରହସ୍ୟ ହୋଇ 

ଅନେକ ଘାଟଣା ଘଟୁଛି l

ଏବେ ଯାହା ରହସ୍ୟ ହୁଏ

କେତେଯେ ହତ୍ୟା, ଲୁଣ୍ଠନ

ରାହାଜାନି, ଧୋକା, ଧର୍ଷଣ

ଘଟେ କିଛି ସ୍ଵଷ୍ଠ ଦିବାଲୋକେ

କିଛି ଘଟେ ରାତିର ଅନ୍ଧାରେ

ଜଣା ନ ପଡି ହୁଏ ରହସ୍ୟ |

ଏ ସବୁ ଘଟାଉ ଥିବା ମଣିଷ

ଭାବେ ନିଜକୁ ଚାଲାକ

କେହି ଦେଖିନାହିଁ କି

ଜାଣିନାହିଁ ବୋଲି

ମାତ୍ର ସବୁ ଦେଖୁଚି l

ଜଣେ ଉପରେ ରହିଛ

ଯେତେ ଘଟଣା ସବୁ

ଘଟଉଛି ସେହି

ମଣିଷ ପାଇଁ ସେ ସବୁ

ରହୁଛି ରହସ୍ୟ ହୋଇ |



Rate this content
Log in

Similar oriya poem from Horror