STORYMIRROR

Satyanarayan Sahoo

Horror Action Classics

3  

Satyanarayan Sahoo

Horror Action Classics

ଫାଙ୍କା ଫାଙ୍କା ଜଙ୍ଗଲ

ଫାଙ୍କା ଫାଙ୍କା ଜଙ୍ଗଲ

1 min
181


କାହିଁ ଆଉ ଏବେ ପର୍ଣ୍ଣ ଗହଳ ପ।ଦପ

ତରୁ ତୃଣ ଆଚ୍ଛାଦିତ ଜଙ୍ଗଲ ଅମାପ ।

ବିସ୍ତୃତି ଥିଲା ଯାହାର ଦୂର ଦୁରାନ୍ତର

ସୁଶ୍ୟାମଳ କାନ୍ତି ଝଲସି ଯା ' ମନୋହର ।

ବେଶ ପରିବେଶ ପାଇଁ ଥିଲା ନିରାପଦ

ଯା ' ର ଲୋପେ ବଢେ ଏବେ ବିପୁଳ ଆପଦ ।

ଯହିଁ ଖେଳା କରୁ ଥିଲେ ବନ ପଶୁ ପକ୍ଷୀ

କଳରୋଳେ ଆମୋଦିତ ବିଶାଳ ଧରିତ୍ରୀ ।

ମାତ୍ର କିଛି ବର୍ଷ ପୂର୍ବେ ରହି ଥିଲା ପୂର୍ଣ୍ଣ 

ଫାଙ୍କା ଫାଙ୍କା ଜଙ୍ଗଲ ଏ ଆଜି ସବୁ କ୍ଷୁର୍ଣ୍ଣ ।

ହେଉଛି ବ୍ୟାପକ ଭାବେ ବଢ଼ୁଅଛି କ୍ଷୟ

ଜୀବନ ହେଉଛି ଯାହା ଘେନି ବିଷମୟ ।

ପ୍ରାକୃତିକ ଦୁର୍ବିପାକ ମାତ୍ରା ବୃଦ୍ଧି ପାଏ

ଅବନୀ ର କାନ୍ତି ସୁନ୍ଦରତା ହ୍ରାସ ହୁଏ ।

ଭୁମିକମ୍ଫ, ବାତ୍ୟା, ବଢି ମରୁଡି ବଢ଼ଇ

ଅନାବୃଷି , ଅତିବୃଷ୍ଟି ଅଂଶୁଘାତ ବଢ଼ି ।

ବନ୍ୟା, ବଢ଼ି ର ପ୍ରଭାବ ଆଗକୁ ଆଗକୁ

ବଢ଼ିବାରେ ଲାଗି ଅଛି ବନ କ୍ଷୟ ହେତୁ 

ଫାଙ୍କା ଫାଙ୍କା ଲାଗେ ଆହା ଅତୀତ ର ଶୋଭା

ପରିପୂର୍ଣ୍ଣ ସୁଗହନ ବନ ଭୂମି ବିଭା ।

ପରିପୂର୍ଣ୍ଣ ସ୍ଥଳୀ ସବୁ ଆଜି ଲୁପ୍ତ ହୋଇ

ଜଂଗଲୀ ଜୀବ ଜନ୍ତୁ ଙ୍କ ସଂଖ୍ୟା ହ୍ରାସ ପାଇ ।

ଜଙ୍ଗଲ ଜମି ରେ ଏବେ କୋଠା ବାଡି ଆଦି

ମୁଣ୍ଡ ଟେକି ଠିଆ ହୋଇ ଅଛି ନଭ ଚୁମ୍ବୀ ।

ରାସ୍ତା ଘାଟ କୋଠା ଘର ସଂଖ୍ୟା ଯାଏ ବଢ଼ି

ଫାଙ୍କା ଫାଙ୍କା ଲାଗୁ ଅଛି ଜଙ୍ଗଲ କୁ ଦେଖି ।

ଆଉ ପୁଣି ଅଳ୍ପ କିଛି ଦିନ ପରେ  ପୂର୍ଣ୍ଣ

ସତେ କିବା ଲୁପ୍ତ ହେବ ଜଙ୍ଗଲ , ଅରଣ୍ୟ ?



Rate this content
Log in

Similar oriya poem from Horror