STORYMIRROR

Satyanarayan Sahoo

Horror Tragedy Classics

3  

Satyanarayan Sahoo

Horror Tragedy Classics

ଧରମ ରାଇଜେ ପାପ ରାଜୁତି

ଧରମ ରାଇଜେ ପାପ ରାଜୁତି

1 min
128


ଧରମ ରାଇଜେ ପାପ ରାଜୁତି

ଧୀରେ ଧୀରେ ବଢ଼ି ଚାଲେ ସମ୍ପ୍ରତି ।

ଧର୍ମ , ନ୍ୟାୟ , ନୀତି ହୀନ ସମାଜ 

ଧର୍ମ ଧ୍ୱଜୀ ମାନେ ଏଠାରେ ପୂଜ୍ୟ ।

ଧଳା କୁ ସଭିଏଁ କରନ୍ତି କଳା

ଧରି ବକ ବେଶ ଦିଅନ୍ତି କୀଳ। ।

ଧୂର୍ତ୍ତ ଏ ସବୁଠି ଉଠାନ୍ତି ଲାଭ

ଧର୍ମ ନାମେ ନାନା ଭଣ୍ଡାମି ଲୋଭ ।

ଧରା କୁ ସଭିଏଁ ମଣନ୍ତି ସରା

ଧର୍ମ ନାମେ ଭଣ୍ଡି ନିଜ ପସରା ।

ଧରି ବସି ରହି ଧର୍ମ ଦାଣ୍ଡ ରେ

ଧର୍ଷଣ , ଚୋରୀ ଓ ହତ୍ୟା କାଣ୍ଡ ରେ ।

ଧୂଳି ଲେପ ଦେଇ ଆନ ଆଖି ରେ

ଧ୍ଵଂସ ଲୀଳା , ଲାଭ ଉଠାନ୍ତି ଖରେ ।

ଧୁଣ୍ଡି ଧୂଣ୍ଡି ଜନେ ହୋନ୍ତି ହାଲିଆ

ଧନ ନେଇ ହୁଣ୍ଡି କୁଣ୍ଡି ରେ ଦିଆ ।

ଧର୍ମ ଭୀରୁ ଜନେ କହନ୍ତି ମାୟା

ଧନ୍ଦୀ ହୋନ୍ତି ତହିଁ ନିତି ଦିନିଆ ।

ଧରମ ରାଇଜେ ପାପ ରାଜୁତି

ଧର୍ମ ଧ୍ଵଜୀ ଜନେ କଲେ ଅନୀତି ।

ଧକା ଓ ଦୁର୍ନୀତି ସେ ନିତି ନିତି

ଧରି ହରି ଧନ ପାଆନ୍ତି ଖ୍ୟାତି ।




Rate this content
Log in

Similar oriya poem from Horror