STORYMIRROR

LALIT MOHAN DASH

Horror Classics Inspirational

3  

LALIT MOHAN DASH

Horror Classics Inspirational

ଏତିକି ଗୁହାରି ତୋତେ

ଏତିକି ଗୁହାରି ତୋତେ

1 min
156


ନିଃସଙ୍ଗତା ମୋତେ ଆବୋରି ବସିଛି

ବିଜନତାର ଏ ସ୍ବର,

ଛାତିରେ ମୋହର ଦରଦ ଭରିଛି

ନୟନେ ଭରିଛି ନୀର ।


ଆସିବ କି ଥରେ ପାଖକୁ ଟିକିଏ ?

ଵଡପଣ ଛାଡ଼ିଦେଇ,

କେତେ ଏକୁଟିଆ ମଣିଷ ସତରେ

ତୁମେ କି ଵୁଝନା ସାଇଁ ?


ଭକତ ତୁମର ନୁହେଁ ମୁଁ ମଣିମା !

ନାହିଁ ମୋର ଗୁଣ, ଜ୍ଞାନ,

ଭାବ,ଭକତିର ଧାର ମୁଁ ଧାରେନି

ଦୀନ, ହୀନ, ଅକିଞ୍ଚନ ।


ଦଦରା ଡଙ୍ଗାରେ ବସିଛି ଗୋସେଇଁ !

ବେଳ ହୁଏ ରତ ରତ,

ଚହଲୁଛି ଡଙ୍ଗା ଗଣ୍ଡ ମଝିଟାରେ

ହାତରେ ମୋ ନାହିଁ କାତ ।


ଡରାଇ ଦେଉଛି ଥରାଇ ଦେଉଛି

କଳାଘୁମର ଏ ପାଣି,

ଆସିବ କି ଥରେ କରୁଣା ସାଗର ?

ପାଣିରୁ ନେବାକୁ ଛାଣି ।


ସଭାପଛଧାଡି ମଣିଷଟିଏ ମୁଁ

ଆତୁରେ ରହିଛି ଚାହିଁ,

ଯିମିତି ରଖିଛ ସିମିତି ରହିଛି

ଅଭିଯୋଗ କିଛି ନାହିଁ,।


ତୁମ ଅପେକ୍ଷାରେ ଅଛି ହେ ସାଆନ୍ତ !

ଟଳ ଟଳ ହୁଏ ନାଆ,

ଦଦରା ଡଙ୍ଗାରେ ପାଣି ପଶିଲାଣି

ଲାଗୁଛି ମତେ ଛାନିଆ ।


ଚକାନୟନ ହେ ! ସବୁ ତୁମ ଇଚ୍ଛା

ରଖ ବା ନ-ରଖ ମତେ,

ଶ୍ରୀମୂଖ ଟିକିଏ ଦିଶୁଥାଉ ନାଥ

ଏତିକି ଗୁହାରି ତୋତେ ।



Rate this content
Log in

Similar oriya poem from Horror