Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Horror

3.0  

Niranjan Mishra

Horror

ଏଲିଏନ୍

ଏଲିଏନ୍

1 min
137



ଏଲିଏନ୍ ଏକ ବୁଲି ଆସିଥିଲା

ଆମ ପୃଥିବୀକୁ ଥରେ ।

ଏମିତିକା ଜୀବ ଦେଖି ତ ନଥିଲେ

କେହି ବି ନିଜ ଆଖିରେ ।


କେଡେ ଭୟଙ୍କର ରୂପ ଥିଲା ତାର

ଯେ ଦେଖିଲା ସେ ଡରିଲା।

ଅଜବ ଜୀବଟା କେଉଁ ରାଇଜରୁ

ଏଠିକି କିଆଁ ଆସିଲା ।


ଏ କାନୁ ସେ କାନ କଥା ଗଲା ଚାଲି

ତାଟି କବାଟ ପଡିଲା ।

ସତେକି ଏ ଜୀବ ମଣିଷ ଖାଇବ

ଭାଳେଣି ଖାଲି ପଡିଲା।


ଯିଏ ବି ଦେଖିଲା ଲୁଚି ପଳାଇଲା

ଆଗକୁ କେହି ନଗଲେ ।

କବାଟ ଝରକା ଫାଙ୍କ ଦେଇ ତାକୁ

କେହି କେହି ଦେଖୁଥିଲେ।


ମୁଣ୍ଡରେ ତାହାର କିଛି ଚୁଟି ନାହିଁ

ଦିଶୁଥିଲା ଚିକଣିଆ ।

ଆଖିର ଭ୍ରୂଲତା ନଥିଲା ତାହାର

ଆଖି ଥିଲା କୋରଡିଆ ।


କେତେଟା ଆଖି ବି ରହିଥିଲା ତାର

ଭଲ ଭାବେ ନ ଦିଶିଲା ।

କିଏ କହେ ତାର ଦୁଇ ଆଖି ଥିଲା

ପାଞ୍ଚ ସାତ କେ କହିଲା ।


ମାଡି ଆସୁଥିଲା ଗରଜନ କରି

ମଣିଷ ଖାଇବ ବୋଲି ।

ପାଦକୁ ତାହାର ଦେଖିନି ତ କେହି

କେତେ ପାଦ ଥିଲା ବୋଲି ।


ଅଜବ ରାଇଜୁ ଗଜବ ଜୀବଟା

ଆସିଛି ବୋଲି କେ କହେ ।

କେହି ନଜାଣିଲେ ଏ ଅଜବ ଜୀବ

ସତ ଏଲିଏନଟିଏ ।


ବୁଲି ବୁଲି ଏଲିଏନ୍ ଗଲା ଚାଲି

ଆମ ଏଇ ପୃଥିବୀରୁ ।

ପରେ ବାହାରିଲେ ଯେତେ ଯିଏ ଥିଲେ

ସଭିଏଁ ଘର ଭିତରୁ ।



Rate this content
Log in

Similar oriya poem from Horror