ଡାଆଣୀ
ଡାଆଣୀ
ଗାଆଁ ଠାରୁ ଦୂରେ, ଶ୍ମଶାନ ବାହାରେ, ଦିଶେ ତା ଛବି,ପ୍ରତି ଉଆଁସରେଡାଆଣି ନାମରେ ଅଟେ ପରିଚିତା,ଭରେ ଦୁଃଶ୍ଚିନ୍ତା ଜନ ମାନସରେ I
ଚାଲି ତାର କେହି ଦେଖି ପାରେ ନାହିଁ,ଆସି ଅକସ୍ମାତ ହାତଟି ଧରେ,ଏକୁଟିଆ ଯଦି କେହି ହୁଡେ ବାଟ,ହୃଦୟାଘାତରେ ତୁରନ୍ତ ମରେ I
ତା ସ୍ପର୍ଶ ଶୀତଳବରଫ ସମାନ,ଆଖିରେ ତାହାର ଦହକେ ନିଆଁ,ରଡ଼ିଟି ତାହାର ଅଟେ ବିକଟାଳ,ଶୁଣିଲେ ଛାତିରେ ପାଶେ ଛାନିଆଁ I
ଯଦି କେହି କେବେ ଭେଟି ସାରି ତାକୁ,ଫେରି ଯାଏ ନେଇ ପିଣ୍ଡରେ ପ୍ରାଣ,ପାଗଳ ହୋଇକି ଗାଆଁ ଦାଣ୍ଡେ ବୁଲେ,ତାହାର କାଟ କିଛି ନାହିଁ ଜାଣ I
ତେଣୁ କରି କେହି ଯାଆନ୍ତିନି ଏକା,ଉଆଁସ ରାତିରେ ଶ୍ମଶାନ ବାଟେ,ବୁଢା ବୁଢ଼ୀ କଥା ଲାଗେ ମିଛ ସତ,କିନ୍ତୁ କଥା ବୁଲେ ଗାଆଁର ହାଟେ I
ସବୁରି ମନରେ ପ୍ରଶ୍ନଟି ରହିଛି,ଉତ୍ତର ମିଳେନି କାହାରି ପାଖେ , ତେନ୍ତୁଳି ଗଛର ଶାଖାର ଉପରେ,କିଏ ବସି ତା'ର ପାଖକୁ ଡାକେ?