ମହାମାରୀ କର୍କଟ
ମହାମାରୀ କର୍କଟ
ଅତିଭୟଙ୍କର ଯେତେ ମହାମାରୀ
ତହିଁ ରେ କର୍କଟ ସାର
ଆଲ୍କୋହଲ ର ବିଷାକ୍ତ ଜୀବାଣୁ
କରାଏ ତାହା ସଞ୍ଚାର ।
ଚମ କୋଷିକା ରେ ବ୍ୟାପୀଯାଏ ଖରେ
ଦିଅଇ ଭୀଷଣ ପୀଡା
ଯମ ଯନ୍ତ୍ରଣା କୁ ସହ୍ୟ କରି ବାକୁ
କର୍କଟ ସହିତ ଲଢ଼ା ।
ମଦୁଆ ମଦ୍ୟପ ଜନଙ୍କୁ ଅମାପ
ଯାତନା ଦିଏ ଏ ରୋଗ
ଆରୋଗ୍ୟ ହୁଏ ନା ପୀଡା ତାପ ନାନା
ମତେ କରେ କଷ୍ଟ ଭୋଗ ।
ତୀବ୍ର ତର ତାପ ପ୍ରବାହ ଅମାପ
ବିସ୍ତୃତି ହୁଏ ଏ ବେଗେ
ଭ।ଳିଲେ ମନ ରେ ହୃତ କମ୍ପ ପ୍ରାଣ ରେ
ନିଶା , ମଦ୍ୟ ପାନ ଯୋଗେ ।
ସଭିଏଁ ସହନ୍ତି କର୍କଟ ର ପୀଡା
ଦହି ଦିଏ ନିତ୍ୟେ ଜ୍ଵାଳା
ରଞ୍ଜନ ରଶ୍ମୀ ରେ ଚିକିତ୍ସା ଯେ କରେ
ସହେ ସେ ବିଷମ କିଳ। ।
ମାଡାମ କ୍ୟୁରୀ ଯେ କଲେ ଆବିଷ୍କାର
ରେଡିୟମ ଉପ ଯୋଗ
କେମୋ ଥେର।ପି ରେ କର୍କଟ ଚିକିତ୍ସା
ରଞ୍ଜନ ରଶ୍ମୀ ପ୍ରୟୋଗ ।
ନିଶା , ଧୁମ ପାନ କର୍କଟ କାରଣ
ବାହ୍ୟ ଆଭ୍ୟନ୍ତର ଅଙ୍ଗେ
ମାଡ଼ି ଯାଏ ଧୀରେ ଧୀରେ କ୍ରମେ ଦ୍ରୁତ
କୁଳିଷ ସେ ବିନା ମେଘେ ।
ସରଜି ଶରୀରେ ପ୍ରଚଣ୍ଡ ପ୍ରହାରେ
କୋଷିକା ରେ ରହି ଛପି
ଫୁସ୍ ଫୁସ୍ ମସ୍ତିଷ୍କ ଇତ୍ୟାଦି ସ୍ଥାନକୁ
ଯାଏ ଅତି ଶୀଘ୍ର ବ୍ୟାପି ।
ବିକିରଣ ପ୍ରଦୂଷଣ ହେତୁ ପୁଣି
ବଢ଼େ ଏ କର୍କଟ ରୋଗ
ପରମାଣୁ ଅସ୍ତ୍ର ବୋମା ପରୀକ୍ଷଣ
ଅବା , ତାହା ଉପ ଯୋଗ ।
ହୋଇ ବଢି ଚାଲେ ନିତି ତୀବ୍ର ତର
ରେଡିୟମ୍ ଆବିଷ୍କାର
କରି ମେରୀ କ୍ୟୁରି ଆପେ ଗଲେ ମରି
ହୋଇ ଏ ରୋଗ ଶିକାର ।

