STORYMIRROR

Kabiratna Nutan Kumar Behera

Horror Tragedy Action

3  

Kabiratna Nutan Kumar Behera

Horror Tragedy Action

ବିଶୃଙ୍ଖଳା ଭାଙ୍ଗି ଦିଏ ସମାଜ

ବିଶୃଙ୍ଖଳା ଭାଙ୍ଗି ଦିଏ ସମାଜ

1 min
173

    


ଗୋଟିଏ ମନରେ ଆଜି କୋଟିଏ ସ୍ବପ୍ନ

ଭାବ ଭାବନାକୁ ତାର ମାଡ଼ି ଆସେ ବେଗେ

କାମନାର ଅସରନ୍ତି ଅଶାନ୍ତ ଜୁଆର

ଉଦ୍ଦାମ ଗତିରେ ଲଙ୍ଘେ ଶାନ୍ତିର ବେଳାଭୂମି

ସଂଯମତା ହରାଇ ହୁଏ ଅନିୟନ୍ତ୍ରିତ 

ସଜାଡ଼ି ପରିବର୍ତ୍ତେ ବିଗାଡି ଦିଏ ଜୀବନ

ସୃଷ୍ଟିର ଲକ୍ଷ୍ୟ ଉଦ୍ଦେଶ୍ୟ ମହତ

ଏକ ନିୟମ ନୀତିର ଧାରାରେ ଚାଲେ ପ୍ରକୃତି

ସମୂହଙ୍କର କରିବା ପାଇଁ କଲ୍ୟାଣ

ମଣିଷ ମନର ମାନସିକତା ଆଶା ଆକାଂକ୍ଷା

ସ୍ଵଭାବ ଚରିତ୍ର ହୋଇଥାଏ ଭିନ୍ନ ଭିନ୍ନ

ସକରାତ୍ମକ ନକରାତ୍ମକର ଚାଲେ ଦ୍ଵନ୍ଦ ଯୁଦ୍ଧ

ଧର୍ମ ଅଧର୍ମ ପରସ୍ପର ବିପରୀତ ମୁଖୀ

ସତ୍ୟ ଶାନ୍ତି ଦୟା କ୍ଷମା କରେ ଶୃଙ୍ଖଳିତ

ଗଠନାତ୍ମକ ଚିନ୍ତା ଚେତନାକୁ ଦିଏ ଆହ୍ଵାନ

ବ୍ୟକ୍ତିଗତ ସ୍ଵାର୍ଥରେ ମଣିଷ ହୁଏ ଲକ୍ଷ୍ୟଭ୍ରଷ୍ଟ

କରେ ଅନ୍ୟାୟ ଅନୀତି ବ୍ୟଭିଚାର

ନାନା ଭାବରେ ହୁଏ ସେ ବହୁଭାବେ ବିଶୃଙ୍ଖଳିତ

ଯା'ର ପରିଣାମ ସର୍ବଦା ହୁଏ ବିଷତୁଲ୍ୟ

ସେ ବିଶୃଙ୍ଖଳା ଭାଙ୍ଗି ଦିଏ ସମାଜ

ଏକତାରେ ଦେଖା ଦିଏ ଅବାଞ୍ଛିତ ବିଭିନ୍ନତା 

ଭାତ୍ରୁଭାବ ଶତ୍ରୁଭାବରେ ହୁଏ ରୂପାନ୍ତର

ଖଣ୍ଡ ପ୍ରଳୟରୁ ଆରମ୍ଭ ହୁଏ ମହାପ୍ରଳୟ 

ଧ୍ଵଂସ ବିଧ୍ଵଂସର ଭୟଙ୍କର ବିଭୀଷିକା

ମଣିଷ ନିର୍ମମ ପାଷାଣ ହୋଇ କରେ ଅନର୍ଥ

ମାରେ ମରେ ଜୀବନ ପ୍ରତି ନରଖି ମମତା

ଅସୁରକ୍ଷିତ ହୁଏ ଭବିଷ୍ୟତ ବ୍ୟାପେ ଆତଙ୍କରାଜ

ଅସହାୟତାରେ ହାହାକାରର କରେ ଚିତ୍କାର

ବିଶୃଙ୍ଖଳା ଭାଙ୍ଗି ଦିଏ ସମାଜ......।

           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror