STORYMIRROR

PRIYANKA PRIYADARSHANI DAS

Horror Tragedy

3  

PRIYANKA PRIYADARSHANI DAS

Horror Tragedy

ଅଭିଶପ୍ତ ରାତିର ବୟସ

ଅଭିଶପ୍ତ ରାତିର ବୟସ

1 min
201


ଅନ୍ଧାରୀ ମୂଲକରୁ ଧୀରେ ଧୀରେ

 ପାଦ ଥାପି ବାହାରି ଆସୁଥିଲା ରାତି

ଚେନାଏ ସଫେଦ ଆକାଶର ଖୋଜ୍ ରେ;

ହଠାତ୍ କାହା ପାଦ ଶବ୍ଦରେ ବିଚଳିତ ହେଲା ଆକାଶ

ଘଡ଼ିଏ ଅଟକି ଗଲା ରାତି।


ସେ ରାତିରେ ଘଟିଗଲା ଅନେକ କିଛି

ରାତିକ ପାଇଁ ଚଞ୍ଚଳ ହେଇ ଉଠିଲା ସମ୍ଭାବନାମୟ ପୃଥିବୀ।


ରାତି ଯେତେ ଯେତେ ବଢ଼ୁଥିଲା

ସେତେ ସେତେ ଚିକ୍ ଚିକ କରୁଥିଲା

ଶିକାରୀ ମୁହଁର କେଇଟା ମୁନିଆଁ ଦାନ୍ତ,

କେଉଁ ନିରୀହ ଶିକାରର ଅପେକ୍ଷାରେ,

ଝାଉଁ ବଣର ସୁଁ ସୁଉଁ ପବନରେ

ମିଳେଇ ଯାଉଥିଲା କେଉଁ ଧର୍ଷିତାର ଆର୍ତ୍ତ ଚିତ୍କାର,


ବାଦଲ ଉହାଡ଼ରେ ଜହ୍ନ ଲୁଚିଯିବା ପରି

ଲୁଚି ଯାଇଥିଲା,

ସାହି ମୁଣ୍ଡ ପୋଖରୀରେ ପଡ଼ିଥିବା

କେଉଁ ଅଜଣା ଗଳିତ ଶବର ଖବର।

 

ରାତି କେତେବେଳେ ଦାନ୍ତ ଚିପି ହସୁଥିଲା

ତ କେତେବେଳେ ଖତେଇ ହଉଥିଲା ମାନବବାଦର ଏଇ ଅଦ୍ଭୁତ ନିୟମକୁ,

ହସ୍ପିଟାଲ୍ ର ଚଟାଣ ପରି ରକ୍ତ ରଙ୍ଗରେ ଠା ଠା ନାଲି ଦିଶୁଥିଲା ଅଭିଶପ୍ତ ରାତି।


ଯେତେ ଯେତେ ସମୟ ଗଡୁଥିଲା

ରାତି ସାଜୁଥିଲା ଗୋଟେ ଲମ୍ଫଟ ପୁରୁଷ,

ପୀଡ଼ିତାର କଞ୍ଚା କ୍ଷତରେ ସରିଯାଉଥିଲା ତା ଜଳୁଥିବା ସିଗାରେଟ୍ ର ତମାମ୍ ଆୟୁଷ।


ରାତି କଡ଼ ଲେଉଟୁ ଥିଲା ବେଳେ

କବିଟିଏ

ଲେଖୁଥିଲା କବିଟିଏ ମରିଯିବା ପରର କଥା

ଚିତ୍ରକର ଆଙ୍କୁଥିଲା ତା ମରିବା ପୂର୍ବର ଶେଷ ଦୃଶ୍ୟ,


ତଥାପି ସରୁ ନଥିଲା ଏ ଅଭିଶପ୍ତ ରାତିର ବୟସ,

ବୋଧେ ଆଉ କେଇ ଘଡ଼ି ଅଟକି ସେ ରଚିବାକୁ ଚାହୁଁଥିଲା

ଯୁଗ ଯୁଗକୁ ଏକ କ୍ରୂର ଇତିହାସ!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror