STORYMIRROR

PRIYANKA PRIYADARSHANI DAS

Tragedy Others

4  

PRIYANKA PRIYADARSHANI DAS

Tragedy Others

ତୁମକୁ ମୋର ଶେଷ ଚିଠି

ତୁମକୁ ମୋର ଶେଷ ଚିଠି

1 min
399


ଲେଖିଛି ହଜିଲା   ଦିନର କଥା ମୁଁ

       ନିର୍ଜନ ପ୍ରହରେ ଉଠି;

ପୋଛିଦିଅ ଲୁହ    ସାଥୀ ମୋ ତୁମକୁ

      ଏଇ ମୋର ଶେଷ ଚିଠି।୦।


କହିବନି କେବେ     ପ୍ରତାରକ କି ବା

       ପାଷାଣ ହୃଦୟଧାରୀ;

ଆମ ଦୁହିଁଙ୍କର       ଅବିନାଶୀ ପ୍ରୀତି

       ସମୟ ଦେଇଛି ସାରି।୧।


ଆଉ କେ ନବୁଝୁ     ତୁମେ ତ ବୁଝିବ

      ଏଇ ମାତ୍ର ଆଶା ନେଇ;

ମରମ ତଳର       ବେଦନା ସବୁକୁ

        ଦେଇଛି ଏଥିରେ ଫେଇ।୨।


ଏ ଚିଠିରେ ମୋର    ଲୋତକ ରଞ୍ଜିତ

      କୋହ ଯଦି ନବୁଝିବ;

ବୁକୁ ତଳେ ମୋର     ନିରାଶା ମଥିତ

      ବିପ୍ଳବ ତେଜି ଉଠିବ।୩।


ଏ ଚିଠିରେ ଆମେ   ମନ ଥୋଇ ଦିନେ

       ଲେଖୁଥିଲେ କେତେ କଥା;

ଆଜି ଏଇ ଚିଠି      ସାରିଦେବ ପ୍ରୀତି

       ମନେ ଭରିଦେଇ ବ୍ୟଥା।୪।


ଚାଲିଗଲା ପରେ     ଶେଷ ଚିଠି ମୋର

      ଦେବ ନାହିଁ କେବେ ଚିରି;

ଆଜି ଯେ ଯାଉଛି    ଛାଡ଼ି ମୁଁ ଦୂରକୁ

      ଆଉ ନ ଆସିବି ଫେରି।୫।



Rate this content
Log in

Similar oriya poem from Tragedy