STORYMIRROR

PRIYANKA PRIYADARSHANI DAS

Abstract Tragedy Others

4  

PRIYANKA PRIYADARSHANI DAS

Abstract Tragedy Others

ଶେଷେ କରେ ଆତ୍ମହତ୍ୟା

ଶେଷେ କରେ ଆତ୍ମହତ୍ୟା

1 min
75


ସୂର୍ଯ୍ୟ ସୁଧାକର     ମୋ ପାଇଁ କଠୋର,    ଅଦିନେ ଦିଅନ୍ତି ପୋଡି। 

ଲାଜେଇ ଫଗୁଣ    ସନ୍ଦେହୀ ଶ୍ରାବଣ        ଯାଆନ୍ତି ବି ମୁହଁ ମୋଡି। ୧।

ରକ୍ତ ମାଂସ ହୀନ      କଙ୍କାଳର ସମ      ହୋଇଥାଏ ମୁହିଁ ଉଭା। 

ମାଟି ସହ ମାଟି     ହୁଏ ଖଟି ଖଟି      ଦୁନିଆ ଦେଖଇ ଶୋଭା। ୨।

ରଖେ ମୁଁ ଗୋପନ    ଶ୍ୟାମଳ ସପନ     ଦରଭଙ୍ଗା କୁଡ଼ିଆରେ।

ଅପର ଖୁସିରେ      ନିଜେ ଯାତନାରେ       ବୁଡେ ନାନା କରଜରେ।୩।

ମୋତେ ନେଇ କେତେ     ଚାଲଇ ନିରତେ      ଭୋଟ୍ କିଣା ରାଜନୀତି। 

ଯୋଜନା କରନ୍ତି     ପୁଣି ଭୁଲିଯା'ନ୍ତି      ନିର୍ବାଚନ ଗଲେ ବିତି। ୪।

ଋଣ ଭାର ମୁହିଁ     ସହି ନ ପାରଇ      ହୁଏ ମୁହିଁ ଆକ୍ତାମାକ୍ତା। 

ବାତ୍ୟା ମହାମାରୀ     ସଭିଙ୍କୁ ଆଦରି      ଶେଷେ କରେ ଆତ୍ମହତ୍ୟା। ୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract