STORYMIRROR

PRIYANKA PRIYADARSHANI DAS

Romance

4  

PRIYANKA PRIYADARSHANI DAS

Romance

ପ୍ରେମ

ପ୍ରେମ

1 min
349


କେବେ କେଉଁ ଅଧାଲେଖା ଚିଠିରେ ହେଉ

ଅବା କେଉଁ ଫୁଙ୍ଗୁଳା ପଥର ଦେହରେ

ମୋ ନାଁ ଲେଖା ହୁଏ ଥରେ ଥରେ

ହେଲେ ଲିଭାହୁଏ ଅନେକ ଥର।


କେବେ ସ୍ମୃତି ସବୁ ଜମାଟ ବାନ୍ଧେ

ମୋତେ ଆଉ ମୋ ସହରକୁ ନେଇ

ନାଲିସ୍ୟାହିରେ ତା ଡାଏରୀର ଶେଷପୃଷ୍ଠାରେ

କିନ୍ତୁ ସେ ଗାରୋଉଥାଏ ତାକୁ ଅନେକ ଥର।


କେବେ ଆନମନା ହେଇ ଫେରିଯାଏ ସମୟ

ମୁଁ ବିରକ୍ତ ହେଉଥାଏ ଦୀର୍ଘ ପ୍ରତୀକ୍ଷାରେ

ମୁଣ୍ଡରୁ ନିଗିଡ଼ି ପଡୁଥିବା ଝାଳକୁ ପୋଛି

ହାତଘଣ୍ଟାକୁ ସେ ଚାହୁଁଥାଏ ବାରମ୍ବାର।


ମୁଁ ପଚାରେ ଏମିତି କାହିଁକି

ସେ ମୁଁହ ଫେରେଇ ନିଏ

ମୁଁ ପୁଣି ପଚାରିି ହୁଏ ତାକୁ

ଏଥର ତା ପାଦ ଟଳମଳ ହୁଏ

ନିଜକୁ ସମ୍ଭାଳି ନେଇ ସେ କୁହେ


ଥରେ ଲେଖା ହେଇ ଯୁଗ ଯୁଗ

ଅଲିଭା ରହିବାର ଗାଢ଼ତ୍ୱ ହିଁ ତ ପ୍ରେମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance