ପ୍ରେମ
ପ୍ରେମ
କେବେ କେଉଁ ଅଧାଲେଖା ଚିଠିରେ ହେଉ
ଅବା କେଉଁ ଫୁଙ୍ଗୁଳା ପଥର ଦେହରେ
ମୋ ନାଁ ଲେଖା ହୁଏ ଥରେ ଥରେ
ହେଲେ ଲିଭାହୁଏ ଅନେକ ଥର।
କେବେ ସ୍ମୃତି ସବୁ ଜମାଟ ବାନ୍ଧେ
ମୋତେ ଆଉ ମୋ ସହରକୁ ନେଇ
ନାଲିସ୍ୟାହିରେ ତା ଡାଏରୀର ଶେଷପୃଷ୍ଠାରେ
କିନ୍ତୁ ସେ ଗାରୋଉଥାଏ ତାକୁ ଅନେକ ଥର।
କେବେ ଆନମନା ହେଇ ଫେରିଯାଏ ସମୟ
ମୁଁ ବିରକ୍ତ ହେଉଥାଏ ଦୀର୍ଘ ପ୍ରତୀକ୍ଷାରେ
ମୁଣ୍ଡରୁ ନିଗିଡ଼ି ପଡୁଥିବା ଝାଳକୁ ପୋଛି
ହାତଘଣ୍ଟାକୁ ସେ ଚାହୁଁଥାଏ ବାରମ୍ବାର।
ମୁଁ ପଚାରେ ଏମିତି କାହିଁକି
ସେ ମୁଁହ ଫେରେଇ ନିଏ
ମୁଁ ପୁଣି ପଚାରିି ହୁଏ ତାକୁ
ଏଥର ତା ପାଦ ଟଳମଳ ହୁଏ
ନିଜକୁ ସମ୍ଭାଳି ନେଇ ସେ କୁହେ
ଥରେ ଲେଖା ହେଇ ଯୁଗ ଯୁଗ
ଅଲିଭା ରହିବାର ଗାଢ଼ତ୍ୱ ହିଁ ତ ପ୍ରେମ।