STORYMIRROR

PRIYANKA PRIYADARSHANI DAS

Others

3  

PRIYANKA PRIYADARSHANI DAS

Others

ତାକୁ ନେଇ ଲେଖା ହୁଏ କବିତା

ତାକୁ ନେଇ ଲେଖା ହୁଏ କବିତା

1 min
288


ସେ କହେ ତାକୁ ନେଇ ଲେଖା ହୁଏ କବିତା

କିଛି ଗଳ୍ପ ଉପନ୍ୟାସ ଆଉ ଜୀବନ ଗାଥା

ମନେ ମନେ ଖୁବ୍ ଖୁସି ହୁଏ ସେ

ତା ଉପରର ଦୀକ୍ଷାନ୍ତ ଭାଷଣକୁ ନେଇ,

ତ କେବେ ସେ ଝରାଏ ପୁଣି

ଅପ୍ରାପ୍ତିର ବେହିସାବୀ ଲୁହ।


କେବେ ସାହିତ୍ୟ ହେଉ କିମ୍ବା ଇତିହାସ ବହିରେ

ସେ ପଢ଼ିଥିଲା ବେଳାଭୂମିର ନିଃସଙ୍ଗତା ହେଉ

ଅବା ହେଉ କୋଣାର୍କର କଳା ମୁଗୁନିର କାରୁକାର୍ଯ୍ୟ;

ଠିକ୍ ଏଇମାନଙ୍କ ପାଇଁ ହିଁ ଉତୁରି ଆସେ କବିତା।

ତେବେ ତା ଭିତରେ ଉଙ୍କି ମାରୁଥିବା

ସେ ଉଦବେଳନର ରୂପରେଖ କେମିତି?

ଅପ୍ରାପ୍ତିର ସମୁଦ୍ରେ କୋହ ନା

ପ୍ରାପ୍ତିର ଆକାଶେ ଝଲସି ପଡୁଥିବା ପୂର୍ଣ୍ଣତାର ଦେହ।


 ତାକୁ ନେଇ ମୂଲଚାଲ ଚାଲେ ସବୁଠି,

ଘରେ ବାହାରେ ପୁଣି ବିଚ୍ ବଜାରରେ

ଶାଗ ମାଛ ଦରରେ ହେଉ କି

ଗ୍ରାମ କିଲୋଗ୍ରାମ ଦରରେ ବିକାହୁଏ ତା' ଅସ୍ତିତ୍ୱ!


ସେ ଆଖି ବୁଜିଦିଏ ସବୁ ବ୍ୟଭିଚାରକୁ

ଅତି ସନ୍ତର୍ପଣରେ କବର୍ ଦିଏ

ସବୁ ପାର୍ଥିବ ଇଚ୍ଛା ଓ ମୋହମାନଙ୍କୁ

ଆଉ ନିରୀହ ଭାଷାରେ 

କହିଉଠେ ଜୋର୍ କରି

ହଁ ହଁ ତାକୁ ନେଇ ଲେଖାହୁଏ କବିତା।

କବିତା ତ ନୁହେଁ ଗୋଟେ ପୀଡ଼ିତାର ପ୍ରଲେପିତ ଗାଥା!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍