ଅକ୍ଷୟ କୁମାର ବଧ
ଅକ୍ଷୟ କୁମାର ବଧ
ରାଗ - ଧନାଶ୍ରୀ,
ସୈନ୍ୟ ବଳ ସାଥେ ପାଞ୍ଚ ସେନାପତି ସମରେ ହୋଇଲେ ହତ
ସମସ୍ତଙ୍କୁ ଯମ ପୁରକୁ ପେଶିଲା ଏକା ବୀର ହନୁମନ୍ତ ।
ରାବଣ କ୍ରୋଧ ତୀବ୍ର , ଅଗ୍ରତରେ ଚାହିଁ ନିଜ ପୁତ୍ର । ୧
ଅକ୍ଷୟ କୁମାରେ କହେ ତୁରିତରେ ଯାଅ ତୁ କର ସମର
ବାନ୍ଧି ଅବା ମାରି ମୋ ନିକଟେ ଆଣି ପହଞ୍ଚାଅ ସେ ବାନର ।
ଚତୁରଙ୍ଗ ବାହିନୀ , ଯାଅରେ କୁମର ସଙ୍ଗେ ଘେନି ।୨
ସାରଥି ତୁରିତ ସଜ କରି ରଥ ହୋଇ ଗଲା ଉପସ୍ଥିତ
ମଣିରତ୍ନ ବିଭୂଷିତ ଫର ଫର ହୋଇ ଶୀର୍ଷ ଉଡେ ନେତ
ହେମମୟୀ ସେ ରଥେ , ସ୍ଵର୍ଣ୍ଣ ରୌପ୍ୟ ଚନ୍ଦ୍ରର।ଜେ ନିତ୍ୟେ । ୩
ଅଷ୍ଟ ତୁରଙ୍ଗମ ଯୋଚା ସେ ସ୍ୟନ୍ଦନ ଗତି ସମୀରଣ ସମ
ଉଗ୍ର ତପ କରି ପ୍ରାପ୍ତ ତାହା କରି ଥିଲା ରାବଣ ନନ୍ଦନ ।
ମେଦିନୀ କମ୍ପାଇଣ , ପ୍ରବେଶ ହେଲେ ଅଶୋକ ବନ । ୪
ସେନା ଚତୁରଙ୍ଗ ହୋଇ ତାର ସଙ୍ଗ ଆରମ୍ଭିଲେ ରଣ ରଙ୍ଗ
ଅପଯ୍ୟ।ପ୍ତ ତୀକ୍ଷ୍ଣ ବାଣକୁ ବିନ୍ଧିଣ ରଙ୍ଗ କଲେ ହନୁଅଙ୍ଗ ।
ଦନୁଜ ସେ ସକଳେ , କ୍ରୋଧେ ଲୌହ ସ୍ତମ୍ଭ ଧରି କରେ । ୫
ହନୁ ଚକ୍ରା କାରେ ବୁଲାଇ ପିଟଇ ସୈନ୍ୟମାନଙ୍କ ଉପରେ
ସୈନ୍ୟ ହତ ଦେଖି , ନାରାଚକୁ ଯୋଖି ଅକ୍ଷୟ ପ୍ରହାର
କରେ ।
ପୀଡା ପାଇ ସେ ହନୁ , ଶୂନ୍ୟେ ବିକ୍ରମିଲା ଚାହୁଁ ଚାହୁଁ । ୬
ଚରଣ ପ୍ରହାରି ରଥ ଚୂର୍ଣ୍ଣ କରି ଧରିଲା ଅକ୍ଷୟ ପଦ
ଶୂନ୍ୟରେ ବୁଲାଇ ସହସ୍ରେକ ବାର ଫିଙ୍ଗିଲା କରି ଶବଦ ।
ଛେଚି ମକଚି ହୋଇ , ଶବଟି ତା' ର ପଡ଼ିଲା ଯାଇ । ୭
ତେଜିଦେଲା ପ୍ରାଣ , ଅକ୍ଷୟ ତକ୍ଷଣ , ହନୁର ଶୂନ୍ୟ ପ୍ରହାରେ
ସେହି , ମହାବୀର ମରଣରେ ସୁର , ହନୁକୁ ପ୍ରଶଂସା କଲେ ।
ଶିରେ ବର୍ଷିଲେ ଫୁଲ , ପଳାଇ ଗଲେ ଦନୁଜ ପଲ । ୮
ଭୟରେ ପଳାଇ ଆସିଲେ ସେ ସବୁ ସୈନ ଚତୁରଙ୍ଗ ବଳ
ବାର୍ତ୍ତା ଦେବା ପାଇଁ ରାବଣ ଅଗ୍ରତେ ଧାଇଁଲେ ସର୍ବେ ଚଞ୍ଚଳ ।
ପୁତ୍ର ଅକ୍ଷୟ ହତ , ଅତିଶୟ କ୍ରୋଧରେ ଚକିତ । ୯

