ଛାୟାର କାୟା
ଛାୟାର କାୟା
ଘନ ଅନ୍ଧକାର ଉଆଁସର ରାତି
ଝିଙ୍କାରି ଚିତ୍କାର ସୁର
ମଶାଣି ପଠାରୁ ଭାଷୀ ଆସେ କାର
ଆର୍ତ୍ତ କ୍ରନ୍ଦନ ଚିତ୍କାର
ପରତେ ହୁଏନା ଜାଣି.....
ଦେବୀ ବା ଦାନବୀ ଅବା ମାୟାବିନୀ
ରାକ୍ଷାସୁଣୀ ପିଶାଚୁଣି ।୧ ।
ଦପ୍ ଦପ ଜଳି ଉଜ୍ବଳ ଆଲୁଅ
କ୍ଷଣେ ହୋଇଯାଏ ଲୀନ
ବିଜୁଳି ଆଲୋକେ ଦୃଶ୍ୟମାନ ହୁଏ
ବିକଟାଳ ରୂପମାନ
ତାଳଗଛ ପରି ଠିଆ......
ସତେ ଅବା ଗ୍ରାସ କରିଦେବ କ୍ଷଣେ
ଦେଖାଇଣ ତାର କାୟା ।୨ ।
ଅତି ନିକଟରୁ ଦେଖିଥିଲି ଦିନେ
ମୁହଁସଞ୍ଜ ପ୍ରହରରେ
ହାତେଧରି ଶିଶୁ ପନିକିରେ କାଟେ
ମଶାଣି ବାଲିପଠାରେ
ପିନ୍ଧିଥିଲା ଧଳା ଶାଢୀ.......
ଅକସ୍ମାତ ତାକୁ ଦେଖିଦେଲି ଯେବେ
ନଦୀରେ ଗଲି ମୁଁ ବୁଡି ।୩ ।
ଶୁଣିଛି ଅନେକ ଶତ ଜନ ତୁଣ୍ଡୁ
ଏଇ ରହସ୍ୟ କାହାଣୀ
ଗର୍ଭବତୀ ସ୍ତିରୀ ଜୀବନ ହାରିଲା
ଥିଲା ସେ ଯେବେ ଗର୍ଭଣୀ
ମୋକ୍ଷ ହୋଇନାହିଁ ସେତ.......
ସେଇ ଦିନ ଠାରୁ ଉଆଁସ ତିଥିରେ
ଘୂରୁଅଛି ହୋଇ ପ୍ରେତ ।୪ ।
କେବେ ରୂପ ନିଏ ଡାହାଣୀ ଭୁସୁଣ୍ଡା
ପୁଣି ପଶୁରୂପୀ କାୟା
ବରଷା ରାତିରେ ଅର୍ଦ୍ଧ ନିଶାକାଳେ
ଆସି ହୋଇଯାଏ ମାୟା
କାହା ସହ ହେଲେ ଭେଟ......
ଭୟ ହୋଇ ସେଇ ଦେଖିବା ଜଣକ
ମରେ ହୋଇ ଛଟପଟ ।୫ ।