ଦୁର୍ଘଟଣା
ଦୁର୍ଘଟଣା
ଦୁର୍ଘଟଣା ଦିଏ ପୀଡା ଦାରୁଣ ଯନ୍ତ୍ରଣା
ବାରମ୍ବାର ପାଇ ଚାଲେ ଏବେ ସିନା ।
ଜନ ବୃଦ୍ଧି ହେତୁ ଆଜି ସବୁଠି ବହୁତ
ଅଚାନକ ଘଟି ଜନ ଜୀବନ ରେ କ୍ଷତ ।
ଭରି ଦେଇ ବହୁ ମୂଲ୍ୟ ସମୟ ର ବ୍ୟୟ
ସହିତ ସାଧଇ ଯେ ବହୁତ ଅବ କ୍ଷୟ ।
ପୂରଣ ନ ହୁଏ ତାର କ୍ଷତି ଅପଯ୍ୟ।ପ୍ତ
ସଙ୍କଟ କାଳୀନ ସ୍ଥିତି ଗଢ଼ିଣ ତୁରୀତ ।
ନିତି ପ୍ରତି କ୍ଷଣେ ଅକଳନ ହାନୀ କର
ବିଭୀଷିକା ସ୍ରୁଜୀ ହୋଇ ଥାଏ ଭୟଙ୍କର ।
କେତେ କେତେ କଷ୍ଟ ସହ୍ୟ କରେ ନିତି ନର
ସୁନ୍ଦର ପ୍ରାକୃତି ବେଶ କରେ ନାରଖାର ।
ଦୁର୍ଘଟଣା ବାଧା ଘେନି ହୁଅନ୍ତି ଅପଙ୍ଗ
ବଦଳାଇ ଦିଏ ନିତ୍ୟେ ଜୀବନ ର ମଙ୍ଗ ।
ଦାରୁଣ କଷଣ ପୁଣି ସେ ଅସହ୍ୟ କୋହ
ଆଘାତ ମାଡ଼ ରେ ଦାହ ସହି ଦୁର୍ବିସହ ।
ନୀରିହ ଲୋକଙ୍କୁ ପୀଡେ ତୀବ୍ର ତର ହୋଇ
ନାନା ସ୍ଥାନେ ନାନା ମତେ ଦୁର୍ଘଟଣା ଘଟି ।
ଅଚାନକ ଆକସ୍ମିକ ଭାବେ ପ୍ରତି କ୍ଷଣେ
ନାନା ସ୍ଥାନେ ନାନା ମତେ ଦୁର୍ଘଟଣା ବୁଣେ ।
ଜନ ଜୀବନ ରେ ନିତି କାରୁଣ୍ୟ ପୁରବୀ
ତୋଳେ କେତେ କେତେ କଷ୍ଟ ପ୍ରାଣ ଅନୁଭବି ।
ଆହତ , ବିକ୍ଷତ , କ୍ଷତ , ମୃତ ଓ ମୂର୍ମୁସୁ
ଅସ୍ତ୍ରାଘାତ , ପିଡାପ୍ର।ପ୍ତ କରି ଜନ ମୃତ୍ୟ ।
କାରଣ ସାଜକି ଉଭା ହୋଇ ଦୁର୍ଘଟଣା
ଜନ ଜୀବନ ରେ ଦିଏ ବିପୁଳ ଯାତନା ।

