ହରର
ହରର
ଭୟ ଅଟେ ଆମ ମନର ଉଦବେଗ,
ଦୁର୍ବଳ ଯାର ହୃଦୟ,
ରକ୍ତରେ ଚମକ, ଦେହେ ଶିହରଣ,
ଚାରିଦିଗ ଆତଙ୍କମୟ |
ନିଧୂମ ରାତିରେ, ଅବା ଖରାବେଳେ,
ପଥ ହେଲେ ଦୂରମୟ,
ଏକାକୀ ଚାଲିବା ପଥିକ ମନରେ,
ଭୟଙ୍କର ତ ନିଶ୍ଚୟ |
ଏକୁଟିଆ ଘରେ, ଅଜଣା ଜାଗାରେ,
ସବୁ ତ ବିଚିତ୍ରମୟ,
ତାକୁ ହିଁ କହନ୍ତି, ଦୁର୍ବଳମନା,
ଜାତ ହୁଏ ସଂଶୟ |
ଛାତି ଦୁକୁ ଦୁକୁ, ମନ ସୁକୁ ସୁକୁ,
ଲୋମ ଯିବରେ ଟାଙ୍କୁଳି,
ଜାଣିବ ତେବେ ଭୟ ଯେ ଶରୀରେ,
ଯାଇଛି ପ୍ରବେଶ କରି |
ଭୟ ଜାତ ହୁଏ ବିଭିନ୍ନ ପ୍ରକାରେ,
ଭିନ୍ନ ଶଙ୍କା ଆଶଙ୍କାରେ,
ନିଜ ନିଜ କର୍ମ, ପଦ୍ଧତି ପ୍ରଦାନ,
ଆଉ ଭୁଲ ଭଟକାରେ |
ନିଛାଟିଆ ଖରାବେଳେ, ବସିଥିଲେ ଗଛତଳେ, ହଠାତ ପତ୍ର ଝଡିଗଲେ,
ଅବା ପକ୍ଷୀଟିଏ ଉଡିଗଲେ |
ଶୁଭୁଥିବ ଯଦି, ବିକଟାଳ ରଡି, ଅଦିନିଆ ନଭେ, ମାରିଲେ ବିଜୁଳି, ପେଚକ ପକ୍ଷୀର ହୁଁ ହୁଁ ତାନ, ଛାତି ଧଡକାଏ ବିଲୁଆ ଗର୍ଜନ | ହୁଏ ଛାତି ଧଡ଼ ଧଡ଼, ଲାଗେ ସବୁ ଗଡବଡ,
ମୁଁହରୁ ବହଇ ଝାଳ, ଏହାହିଁ ଅଟେ ହରର |
ଦିନ ଦ୍ବି ପ୍ରହରେ, ବଜାର ମଝିରେ,
ରକ୍ତ ଜୁଡୁବୁଡୁ ଦେହ, ସାହାଯ୍ୟ ମାଗିଲେ |
ଚୋରି କରୁଥିଲେ, ଧରାପଡ଼ିଗଲେ,
ମିଛ କହୁଥିଲେ, ପ୍ରମାଣ ମିଳିଲେ |
ସହଯୋଗର କେ ହାତ,ନ ବଢ଼ାଇଲେ,
କଚେରୀ ମଧ୍ୟରେ, ସାକ୍ଷୀ ଧୋକା ଦେଲେ |
ଭୟ ତ ବଢିବ, ରାଗ ବି ବଢିବ,
ଶରୀରର ହେବ କ୍ଷୟ, ସାହାସ ସହିତ,ସୁକର୍ମ କରିଲେ, ଦୂର ହେବ ଏ ସଂଶୟ |