ଦଗ୍ଧିତ ଧରଣୀ
ଦଗ୍ଧିତ ଧରଣୀ
ଦାରୁଣ ନିଦାଘ ଦାହ ଦୁର୍ବିସହ
ଦଗ୍ଧିତ ଧରଣୀ ମାତା
ଦିନ ଠାରୁ ରାତି ଦହନ ର ଜ୍ଵାଳା
ନିରବଧୀ ନୀରସତା ।
ଦଗ୍ଧିତ ଧରଣୀ ମଞ୍ଜୁଳ ବରଣୀ
ଦିଶେ ରୁକ୍ଷ ଶୁଷ୍କ ବତ
ଦେଦିପ୍ୟମାନ ଏ ବନ ଉପବନ
ତରୁ କୁସୁମ ମଣ୍ଡିତ ।
ଦୂରୁ ଦେଖିଲେ ଯେ ଲଣ୍ଡିତ ଓ ରୁକ୍ଷ
ବୃକ୍ଷ ଦ୍ରୁମ ରାଜି ବେଶ
ଦିଗନ୍ତ ପ୍ରସାରୀ ସୁଷମା ଲହରୀ
ହୁଏ ଏବେ ପ୍ରବାହିତ ।
ଦଗ୍ଧିଭୁତ ସବୁ ବୃକ୍ଷ ପତ୍ର ତରୁ
ହେତୁ ହୋଇ ଅଛି ଆଜି
ଦହଇ ନିଦାଘ ଦାହ ଯେ ଅସହ୍ୟ
ଗ୍ରୀଷ୍ମ ପ୍ରବାହ ସରଜି ।
ଦେହ ଦହେ ଝାଞ୍ଜି ଉତ୍ତାପ ର ବୃଦ୍ଧି
ହେତୁ ରୁ ଅଧିକ ତର
ଦିକି ଦିକି ଜଳେ ନିଆଁ ସ୍ଥାନେ ସ୍ଥାନେ
ଲାଗି ଯାଇ ଅଚାନକ ।
ଦାରୁଣ ପ୍ରହାରେ କଷଣ ସେ ଭରେ
ଦୁଃଖ।ର୍ତ୍ତ କରେ ଜୀବନେ
ଦିବାସ୍ୱପ୍ନ ମଗ୍ନ ରହି ଥାନ୍ତି ଜନେ
ପଡି ରହି ଏଣେ ତେଣେ ।
ଦ୍ଵୀପବତୀ ବେଶ ଶୁଷ୍କ ଓ ନୀରସ
କ୍ଷୀଣ ସ୍ରୋତ ଧାର ଧୀର
ଦୂରୁ ପ୍ରବାହିତ ହେଉଅଛି ଦେଖ
ଦିଶଇ କି ଚମତ୍କାର ।
ଦେଖ ଏ ତାଡ଼ାଗ ଦଗ୍ଧିତ ନିଦାଘ
ଶୁଖାଇ ଦେଇଛି କେତେ
ଦଗ୍ଧିତ ଧରଣୀ କାହିଁ କେଉଁ ଠାରେ
ଅଳ୍ପ ଅଳ୍ପ ଟିକେ ଟିକେ ।
ଦେଖ ଜଳ ଧରି ରହିଛି ପୋଖରୀ
ପଶୁଏ ଲୋଟନ୍ତି ପଙ୍କେ
ଦୁର୍ଲ୍ଲଭ ଦୁର୍ମୂଲ୍ୟ ଜଳ ଏତେ ବେଳେ ,
ଜଳ ଛତ୍ର ଖୋଲେ କେତେ ।
ଦୀର୍ଘ ହୁଏ ଦିନ ରାତି ହୁଏ ସାନ
କରି ହେଉ ନାହିଁ ଶ୍ରମ
ଦିବସ ପ୍ରାରମ୍ଭ ସମୟରେ କାମ
ସାରି ଘେନନ୍ତି ବିଶ୍ରାମ ।
ଦାହ ଦାଉ ତାତି ସହି ସହି ନିତି
ଜୀବ ଜନ୍ତୁ ପଶୁ ପକ୍ଷୀ
ଦ୍ରୁମ ବଲ୍ଲୀ ରାଜି ଦେଖ କେହେଁ ଆଜି
ସର୍ବେ ଯାଇ ଛନ୍ତି ସିଝି ।
ଦହଗଞ୍ଜ ହୁଏ ମଣିଷ ଜୀବନ
ଦାରୁଣ ନିଦାଘ କାଳ
ଦଗ୍ଧ ଦ୍ୱିପ୍ରହର ଝାଞ୍ଜି ର ପ୍ରହାର
ଜୀବନ କରେ ବିକଳ ।
ଦିନୁ ଦିନ ବଢ଼େ ଅଂଶୁଘାତ ପୀଡା
ଯନ୍ତ୍ରଣା ମୃତ୍ୟୁ ପ୍ରକୋପ
ଦଗ୍ଧିତ ଧରଣୀ ରୁକ୍ଷ ମରୁ ଭୂମି
ପରାଏ ବିକଟ ରୂପ ।
ଦିଏ ନିତ୍ୟେ ଭୟ ଗରମ ଦୁଃସହ
ଦୁଃଖ କଷ୍ଟ ତାପ ବଢ଼େ
ଦାରୁଣ ନିଦାଘ ଦଗ୍ଧିତ ଧରଣୀ
ଜ୍ଵଳନ ସତତ ଜଳେ ।

