Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Horror Tragedy Thriller

4  

Satyanarayan Sahoo

Horror Tragedy Thriller

ପ୍ରେମ ଓ ବିଚ୍ଛେଦ

ପ୍ରେମ ଓ ବିଚ୍ଛେଦ

1 min
373



ପ୍ରେମ ଅର୍ଥ ଅଟେ ଏକ ସ୍ନେହ ର ବନ୍ଧନ 

ବୃଦ୍ଧି ପାଏ ଯହିଁ ନିତି ସୌହାର୍ଦ୍ଦ୍ୟ ରେ ପୂର୍ଣ୍ଣ ।


ସ୍ପନ୍ଦନ , ଆହ୍ବାନ , ପୁଲକ ଓ ଅନୁଭବ

ବରଷି ଯୋଗାଏ ପ୍ରାଣେ ଆଦର ସଦ୍ଭାବ ।


ହୃଦୟେ ଯୋଗାଇ ଦିଏ ଶାନ୍ତିର ସୁରଭି

ଅନ୍ତରେ ଯୋଗାଇ ଥାଏ ଅମନ୍ଦ ପୁରବୀ ।


ତୋଳେ ତାଳେ ତାଳେ ପ୍ରୀତି ସ୍ରୋତ ଅନୁରାଗ

ଦୁର୍ଯୋଗ ବଶତଃ କେବେ ହୋଇଲେ ବିଚ୍ଛେଦ ।


 ମିଳନ ର ମାଧୁର୍ଯ୍ୟକୁ ଉପଭୋଗ କରି

ପ୍ରେମିକ ପ୍ରେମିକା ଥାନ୍ତି ଆନନ୍ଦେ ଉଚ୍ଛୁଳି ।


ଆଜି କାଲି ସବୁ ଠାରେ ପ୍ରେମ ରେ ବିଚ୍ଛେଦ

 ବିରହ ଜ୍ୱାଳାରେ ନିତି ଦାହ କରେ ହୃଦ ।


ଦୁର୍ବାର ଆଘାତ ଭାଙ୍ଗେ ପ୍ରେମ , ଶ୍ରଦ୍ଧା ପ୍ରୀତି

ପ୍ରଣୟ କାହାଣୀ ର ଏ ସମ୍ପ୍ରତି ପ୍ରକୃତି ।


ସାମାଜିକ ଜୀବନ ରେ ଆଜି ବହୁ ବିଦ୍ଧ

 ବିକ୍ଷିପ୍ତ ଚେତନା ଚିନ୍ତା ଧାରା ରୁ ବିଶୁଦ୍ଧ ।


ପ୍ରେମ ଅର୍ଥ ଆଜି ହୋଇ ଚାଲଇ ବିଚ୍ଛେଦ 

ବିରହ ବ୍ୟଥାରେ ଦଗ୍ଧ କରେ ପ୍ରତି ହୃଦ ।


Rate this content
Log in

Similar oriya poem from Horror