Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Horror Inspirational Others

3.6  

Bharatabandhu Biswal

Horror Inspirational Others

ସତ୍ଯର ହେବ ଜୟ

ସତ୍ଯର ହେବ ଜୟ

1 min
255



ଏଇ ପୃଥିବୀର ଗଗନ ପବନେ

କଳା ବାଦଲର ଛାଇ

ଘୋଟିଛି ଘଟୁଛି ଯୁଦ୍ଧ ବିଭୀଷିକା

ବହୁଅଛି ରକ୍ତ ନଈ ।

ଉଠୁଛି ଗରଜି ଆତତାୟୀ ହିଂସା

ଅଶ୍ବାରୋହୀ ପଦାତିକ 

ଆରୋହଣ କରି ରଥ ଗଜ ପୃଷ୍ଠେ

ବିକ୍ଷୁବ୍ଧ ମଣିଷ ମତ୍ତ ।

ଚଳାଉଛି ତୀର ନିକ୍ଷେପୁଛି ବର୍ଚ୍ଛା

ପରମାଣୁ ଜୈବ ଅସ୍ତ୍ର

ଶାଣିତ ଖଡଗ ବନ୍ଧୁକ ମୁନରେ

କରୁଛି ହତ୍ଯା ସଂହାର ।

ହିଂସ୍ର ଲୋଲୁପତା କ୍ରୁର ଅତ୍ଯାଚାର 

ବ୍ଯଭୀଚାର ବଳାତ୍କାର 

ଦେଖାଏ ପିଶାଚ କୁତ୍ସିତ ବିଭତ୍ସ 

ରକ୍ତଚକ୍ଷୁ ଭୟଙ୍କର ।

ପାଲଟେ ମଣିଷ କ୍ଷମତା ପିପାସୁ

ରାକ୍ଷସ ଦୈତ୍ଯ ଦାନବ

ଭୁଲି ହିତାହିତ ଶୋଷୁଛ ରକତ

ରଚୁଛି ହିଂସା ତାଣ୍ଡବ ।

ରାହୁକେତୁ ଗ୍ରାସ ନାଶ ହେବ ଥୟ

ଅରୁଣ ହେବ ଉଦୟ

ପୁଣ୍ଯ ଧରମର ହୋଇବ ବିଜୟ

ସତ୍ଯର ହେବ ଜୟ ।

   


Rate this content
Log in

Similar oriya poem from Horror