Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Comedy Horror Tragedy

4  

Satyanarayan Sahoo

Comedy Horror Tragedy

ଅଫିମ ଖିଆ ମଜା

ଅଫିମ ଖିଆ ମଜା

1 min
305



ହଗରା,ପାଡରା , ନେଚ୍ଛରା ଓ ଅଫିମିଆ

ଆପୁ ଖାଇ ବାକୁ ଖଟି କୁ ହୋଇ ଛାନିଆ ।

ବାହାରି ପଡିଲେ ଆହା କି ଖୁସି ରେ ଚାରି

ମଜା କଥା କହି ବାଟେ ହସି ହସି ଚାଲି ।

ଧାଇଁ ଧାଇଁ କରି ଯାଉ ଥାଆନ୍ତି ସେମାନେ

ଆପୂ ଖାଇ ବାକୁ ବିଚାରୁ ଥାଆନ୍ତି ମନେ ।

ଏଇ ଆପୁ ଖଟି ହୋଇଲା ନିକଟ କହି

ପାଡରା , ନେଛରା ଚାଲି ଥାନ୍ତି ମିଛେ ଧାଇଁ ।

ବହୁ ବାଟ ଚାଲି ହଗରା ବାବୁ କୁ ଦୁଇ

ଲାଗି ରହି ବାରୁ ଆଉ ନ ପାରିଲା ଚାଲି ।

ବାଟ କଡେ କଡେ ଧାଇଁ ଧାଇଁ ଗଲା ପଶି

ଧାନ କିଆରୀରେ ପାକଲା ଧାନ ରେ ବସି ।

ଦୁଇ କରି ଦେଲା ହଗରା ବାବୁଟି ଯାଇ

ପlଡ଼ରା ନେଚ୍ଛରl ଗଲେ ସେ ବାବୁ କୁ ଖୋଜି ।

ଅନ୍ଧାର ରାତିରେ ଆଉ କରିବେ କଅଣ

ଖୋଜି ଖୋଜି ଚାରି ଆଡେ଼ ହେଲେ ହଇରାଣ ।

ଯିଏ ଯେଣେ ଗଲା ଯାଉ ଆମର କି ଗଲା

ଯାହା ହେଲା ହେଉ ଯିଏ ବଞ୍ଚିଲା କି , ମଲା ।

ଭାଳି ଆଫିମିଆ ପହଞ୍ଚିଲା ଆପୁ ଖଟି

ଅଫିମ ଟେଲାଏ ଭରିଲା ଆପଣା ପାଟି ।

ଫେରି ଆସିଲା ସେ ଆପଣା ଆବାସେ ଯହୁଁ

ଜନେ କାହୁଁ ଆସି ଘେରି ଗଲେ ଚାହୁଁ ଚାହୁଁ ।

ହଗରା , ପlଡରା , ନେଛରା କୁ ସିଏ

ମଡ଼ର କରିଛି କହି

ମାଡ ମାରି ମାରି ପିଠି କୁ ଫଟlଇ

ପକାଇଲେ ତାକୁ ମାରି ।



Rate this content
Log in

Similar oriya poem from Comedy